ଶରଧା ବାଲି Ṡaradhā bāli
- ଦେ. ବି—(ସଂ. ଶ୍ରଦ୍ଧା ଓ ବାଲୁକା) — ଜଗନ୍ନାଥଙ୍କ ବଡ଼ ଦାଣ୍ଡର ବା ରଥଦାଣ୍ଡର ଧୂଳି (ଭକ୍ତମାନେ ଏହାକୁ ଭକ୍ତି ସହିତ ଦେହରେ ବୋଳି ହୁଅନ୍ତି) — The dust of the car-road of Puri
- ଦେ. ବି—(ସଂ. ଶ୍ରଦ୍ଧା ଓ ବାଲୁକା) — [ଉ—ଶରଧା ବାଲିରେ ଚାଲେ ଜଗନ୍ନାଥ ରଥ। ଘୁମୁରା ଗୀତ; x x x ଜଗନ୍ନାଥ ମହାପ୍ରଭୁଙ୍କ ରଥ ଆଗ ଶରଧା ବାଲିରେ ଭକ୍ତ ଗଡ଼ିଗଲା ପରି x x x ଗଡ଼ି ଯାଇ ଠିଆହେଲା। ଫକୀରମୋହନ. ଛମାଣ ଆଠଗୁଣ୍ଠ।]