ଶରଦୋଳି Ṡaradoḻi

  • ଦେ. ବି. (ସଂ. ଶାର୍ଦ୍ଦୁଳ; ଏଥିରେ ଶାର୍ଦ୍ଦୁଳାଦିଙ୍କ ଚିତ୍ର ଖୋଦିତ ହେଉଥିବାରୁ) — କୋଠାର କଡ଼ିର ବରଗାର ଏବଂ ଧୂଳିଆ ଚାଳ ଘରର କାଠ ରୁଅର ମୁହଁରେ ଆଡ଼ବାଗରେ ଯେଉଁ ଲମ୍ବ ପଟା ମରାଯାଏ; ଭାରତିଆ (ଦ୍ର—ବରଗାର ଓ ରୁଅର ଅଗକୁ ଏହା ଖରାବର୍ଷାରୁ ରକ୍ଷା କରେ) — A plank attached to ends of the rafters to protect the ends from the wearing effect of a sun and rain
  • ଦେ. ବି. (ସଂ. ଶାର୍ଦ୍ଦୁଳ; ଏଥିରେ ଶାର୍ଦ୍ଦୁଳାଦିଙ୍କ ଚିତ୍ର ଖୋଦିତ ହେଉଥିବାରୁ) — କବାଟର ଚଉକାଠର ଦୁଇ ପାଖର ଡେଙ୍ଗ କାଠକୁ ଲାଗି ଚଉକାଠ ଉପରେ ପଡ଼ିଥିବା ଚିତ୍ରିତ ପଟା; ଶାର୍ଦ୍ଦୋଳି ପଟା — A plank laid ever the thresh- old of a door
  • ଦେ. ବି. (ସଂ. ଶାର୍ଦ୍ଦୁଳ; ଏଥିରେ ଶାର୍ଦ୍ଦୁଳାଦିଙ୍କ ଚିତ୍ର ଖୋଦିତ ହେଉଥିବାରୁ) — [ଦ୍ର—ଏଥିରେ ଉପରେ ପୁଣି କାନ୍ଥଦିଆ ଯାଏ। ପୂର୍ବେ ଖିଲାଣର ସୂତ୍ର ଜଣା ନ ଥିବାରୁ ଚଉକାଠ ଉପରେ ଦୁଇ କାନ୍ଥକୁ ଲଗାଇ ପଟା ଖଣ୍ଡେ ପକା ଯାଇ ସେ ପଟା ଉପରେ ପୁଣି କାନ୍ଥ ଦିଆଯାଉଥିଲା।]