ଶତ୍ରୁଘ୍ନ Ṡatrughna
- ସଂ. ବିଣ. ପୁଂ (ଶତ୍ରୁ+ହନ୍ ଧାତୁ=ବଧ କରିବା+କର୍ତ୍ତୃ, ଅ; ଯେ ଶତ୍ରୁକୁ ବଧକରେ) — ଶତ୍ରୁହନ୍ତା; ଶତ୍ରୁକୁ ଯେ ହତ୍ୟା କରେ — Killing an enemy
- ବି — ଶତ୍ରୁ— ହତ୍ୟାକାରୀ ବୀର — 1. A slayer of the enemy
- ବି — ଦଶରଥଙ୍କର ପତ୍ନୀ ସୁମିତ୍ରାଙ୍କ ଗର୍ଭଜ ଯମଜ କନିଷ୍ଠ ସନ୍ତାନ; ଲକ୍ଷ୍ମଣଙ୍କର କନିଷ୍ଠ ଭ୍ରାତା — The younger twin brother of Lakshmaṇa, born of Sumitrā a queen of Daṡaratha
- ବି — [ଦ୍ର—ଅଯୋଧ୍ୟାର ରାଜା ଦଶରଥଙ୍କର ଚାରି ପୁତ୍ର ମଧ୍ୟରେ ଲକ୍ଷ୍ମଣ ଯେପରି ରାମଚନ୍ଦ୍ରଙ୍କର ଏକାନ୍ତ ଅନୁଗତ ଥିଲେ, ଶତ୍ରୁଘ୍ନ ମଧ୍ୟ ସେହିପରି ଭରତଙ୍କର ଭକ୍ତ ଓ ଏକାନ୍ତ ଅନୁଗତ ଥିଲେ। ରାମଚନ୍ଦ୍ରଙ୍କ ବିବାହ କାଳରେ ଏ ଜନକଙ୍କ ଝିଆରୀ ଶ୍ରୁତକୀର୍ତ୍ତିଙ୍କ ପାଣିଗ୍ରହଣ କରିଥିଲେ। ରାମଚନ୍ଦ୍ରଙ୍କ ବନବାସ ଓ ତଜ୍ଜନିତ ଶୋକରେ ଦଶରଥଙ୍କ ମୃତ୍ୟୁ ଘଟିବା କାଳରେ ଏ ଭରତଙ୍କ ମାତୁଳାଳୟ କେକୟ ରାଜ୍ୟରେ ଥିଲେ ଏବଂ ସଂବାଦ ପାଇ ସେଠାରୁ ଫେରି ଆସି ରାମ— ଚନ୍ଦ୍ରଙ୍କୁ ବନରୁ ବାହୁଡ଼ାଇ ଆଣିବାପାଇଁ ଭରତଙ୍କ ସହିତ ଯାଇଥିଲେ। କିନ୍ତୁ ରାମଚନ୍ଦ୍ର ପିତୃସତ୍ୟ ପାଳନ କରି ଫେରି ନ ଆସିବାରୁ ଭରତ ରାମଚନ୍ଦ୍ରଙ୍କ ପାଦୁକାକୁ ସିଂହା— ସନରେ ପ୍ରତିଷ୍ଠିତ କରି ନନ୍ଦୀଗ୍ରାମରେ ଅବସ୍ଥାନପୂର୍ବକ ରାଜ୍ୟ— ଶାସନ କଲେ ଓ ସେହିଠାରେ ଶତ୍ରୁଘ୍ନ ଭରତଙ୍କ ଅନୁଚର ରୂପେ ରହିଲେ। ରାମଚନ୍ଦ୍ରଙ୍କ ବନପ୍ରତ୍ୟାଗମନ ପରେ ଏ ଭରତଙ୍କ ସଙ୍ଗେ ନନ୍ଦୀଗ୍ରାମରୁ ଅଯୋଧ୍ୟାକୁ ଆସିଲେ। ରାମ— ଚନ୍ଦ୍ରଙ୍କ ଆଦେଶକ୍ରମେ ଏ ଲବଣ ନାମକ ରାକ୍ଷସକୁ ବଧ କରି ତାହାର ମଧୁପୁରୀ ରାଜଧାନୀକି ଧ୍ୱଂସକରି ସେହିଠାରେ ମଥୁରା ରାଜ୍ୟ ସ୍ଥାପନ କରି ନିଜର ପୁତ୍ର ସୁବାହୁ ଓ ଶତ୍ରୁଘାତୀଙ୍କୁ ଉକ୍ତ ରାଜ୍ୟର ଭାର ଅର୍ପଣ କରି କିଛିଦିନପରେ ରାମଚନ୍ଦ୍ରଙ୍କ ସଙ୍ଗେ ସରଯୁ ନଦୀରେ ଯୋଗବଳରେ ତନୁତ୍ୟାଗ କଲେ।]
- ବି — ସ୍ୱଫଲ୍କଙ୍କ ଏକପୁତ୍ର (ହି. ଶ) — Name of Swaphaḻka
- ଦେ. ବି — ପୁରୁଷଙ୍କ ଦିଆଯିବା— ନାମ — A name given to males