ଶତାବରୀ Ṡatābarī

  • ସଂ. ବି (ଶତ=ଶତମୂଳ+ଆ+ବୃ. ଧାତୁ+କର୍ତ୍ତୃ. ଇନ୍; ଯାହା ଶହେ ମୂଳଦ୍ୱାରା ଭୂମିକୁ ଆବ— ରଣ କରେ) — ଶତମୂଳୀ; ଛତଉରୀ ଲତା; ବାଳବଢ଼ଣୀ ଲତା — Asparagus Racemosus
  • ସଂ. ବି (ଶତ=ଶତମୂଳ+ଆ+ବୃ. ଧାତୁ+କର୍ତ୍ତୃ. ଇନ୍; ଯାହା ଶହେ ମୂଳଦ୍ୱାରା ଭୂମିକୁ ଆବ— ରଣ କରେ) — [ଦ୍ର—ଏହା ଏକପ୍ରକାର କଣ୍ଟକିନୀ ଲତା। ସାନ ବଡ଼ ଭେଦରେ ଏହା ଦୁଇ ପ୍ରକାର, —ଶତାବରୀ ଓ ମହା ଶତାବରୀ। ଏହାର ମୂଳ ମାଂସଳ ଓ ମଧୁର ତିକ୍ତରସ, ଶୁକ୍ରବର୍ଦ୍ଧକ, ଶୀତଳ, ସ୍ତନ୍ଯଜନକ, ବାତପିତ୍ତ କଫନାଶକ, ଚକ୍ଷୁର ହିତକାର, ବଳକର ଓ ରସା— ୟନ। ଏହାର ପତ୍ରମାନ କ୍ଷୁଦ୍ର ଶଳ୍କ ତୁଲ୍ୟ ଓ ପତ୍ରର କୋଣରୁ ହରିବ୍ଦର୍ଣ୍ଣ ସୂଚୀବତ୍ କେଶର ବାହାରି ଥାଏ। ଏହା ଗୁଳ୍ମ, ଅତିସାର, ବାୟୁ, ପିତ୍ତ, ରକ୍ତ ଦୋଷ ଓ ଶୋଥନାଶକ।]
  • ସଂ. ବି (ଶତ=ଶତମୂଳ+ଆ+ବୃ. ଧାତୁ+କର୍ତ୍ତୃ. ଇନ୍; ଯାହା ଶହେ ମୂଳଦ୍ୱାରା ଭୂମିକୁ ଆବ— ରଣ କରେ) — (ଉ—ବିସ୍ତାରେ ସ୍ୱର୍ଗ ସୁସଞ୍ଚ ଅଧିକରେ ସତ। ବୃନ୍ଦ ବୃନ୍ଦ ରମ୍ଭା ଶତାବରୀ ଐରାବତ—ଭଞ୍ଜ. ବୈଦେହୀଶବିଳାସ।)
  • ସଂ. ବି (ଶତ=ଶତମୂଳ+ଆ+ବୃ. ଧାତୁ+କର୍ତ୍ତୃ. ଇନ୍; ଯାହା ଶହେ ମୂଳଦ୍ୱାରା ଭୂମିକୁ ଆବ— ରଣ କରେ) — ଇନ୍ଦ୍ର— ଭାର୍ଯ୍ଯା ଶଚୀ; ଇନ୍ଦ୍ରାଣୀ — A name of Sachi
  • ସଂ. ବି (ଶତ=ଶତମୂଳ+ଆ+ବୃ. ଧାତୁ+କର୍ତ୍ତୃ. ଇନ୍; ଯାହା ଶହେ ମୂଳଦ୍ୱାରା ଭୂମିକୁ ଆବ— ରଣ କରେ) — ଶଟୀ; ଗନ୍ଧଶୁଣ୍ଠି — Curcuma Zerumbet