ଶତାନନ୍ଦ Ṡatānanda
- ସଂ. ବି — ଗୌତମ ମୁନିଙ୍କର ନାମାନ୍ତର — Another name of Ga̲u̲tama
- ସଂ. ବି — ଗୌତମ ମୁନିଙ୍କ ପୁତ୍ର; ଜନନ ରାଜାଙ୍କ ପୁରୋହିତ — Priest of king Janaka
- ସଂ. ବି — [ଦ୍ର—ମହର୍ଷି ଗୌତମଙ୍କ ଔରସରେ ତାଙ୍କ ପତ୍ନୀ ଅହଲ୍ୟାଙ୍କ ଗର୍ଭରୁ ଶତାନନ୍ଦ ଜାତ ହୋଇଥିଲେ। ଇନ୍ଦ୍ର ଅହଲ୍ୟାଙ୍କ ସତୀତ୍ୱ ନାଶ କରିବାରୁ ଅହଲ୍ୟାଙ୍କୁ ବଧ କରିବା ପାଇଁ ଶତାନନ୍ଦଙ୍କୁ ଆଦେଶ ଦେଇ ଗୌତମ ତପସ୍ୟାର୍ଥ ବନକୁ ଗଲେ। ଶତାନନ୍ଦ ପିତ୍ରାଦେଶ ପାଳନ ଓ ମାତୃବଧ ଏହି ଦୁଇ ବିଷମ ସମସ୍ୟାରେ ପଡ଼ି ହତବୁଦ୍ଧି ହେଉଥିଲେ। ଏହିପରି ସମୟରେ ଗୌତମ ଅହଲ୍ୟାଙ୍କୁ ନିରପରାଧ ଥିବାର ଜାଣି ପାରି ବନରୁ ପ୍ରତ୍ୟାଗତ ହେଲେ ଓ ଶତାନନ୍ଦ ତାଙ୍କର ଆଦେଶ ପାଳନ କରି ନ ଥିବା ଦେଖି ଆନନ୍ଦିତ ହେଲେ। (ବିଶ୍ୱକୋଷ)]
- ସଂ. ବି — ଦେବକୀନନ୍ଦନ କୃଷ୍ଣ — A name of Kṛushṇa
- ସଂ. ବି — ବ୍ରହ୍ମା — Brahmā
- ସଂ. ବି — ବିଷ୍ଣୁଙ୍କ ରଥ — Name of the car of Bishṇu
- ସଂ. ବି — ବିଷ୍ଣୁ — Bishṇu