ଶଣ୍ଢାମର୍କ Ṡṇdhāmarka

  • ସଂ. ବି—(ଶଣ୍ଢ+ମର୍କ; ନିପାତନ ସିଦ୍ଧ) — ଶଣ୍ଡ ଓ ମର୍କ; ଶୁକ୍ରାଚାର୍ଯ୍ଯଙ୍କର ପୁତ୍ରଦ୍ୱୟଙ୍କ ନାମ — Name of the two sons of sage Sukrā chārj̄ya who were engaged as tutors to Prahlāda (the devotee child of the demon- king Hiraṇya Kaṡipu)
  • ସଂ. ବି—(ଶଣ୍ଢ+ମର୍କ; ନିପାତନ ସିଦ୍ଧ) — [ଦ୍ର—ଶୁକ୍ରାଚାର୍ଯ୍ଯଙ୍କର ଏହି ପୁତ୍ରଦୁହେଁ, ଦୈତ୍ୟ ହିରଣ୍ୟକଶିପୁଙ୍କର ପୁତ୍ର ଭକ୍ତ ପ୍ରହ୍ଲାଦକୁ ବିଦ୍ୟାଶିକ୍ଷା ଦେବାପାଇଁ ନିଯୁକ୍ତ ହୋଇଥିଲେ। ଏମାନେ ନାନା ପ୍ରକାରେ ପ୍ରହ୍ଲାଦକୁ ହରି—ଭକ୍ତିରୁ ବିଚଳିତ କରିବାକୁ ଚେଷ୍ଟାକରି ଅକୃତକାର୍ଯ୍ୟ ହୋଇଥିଲେ। କେହି କେହି ଏ ଦୁଇ ପୁତ୍ରଙ୍କ ନାମ ଶଣ୍ଡା ଓ ମର୍କ; କେହି କେହି ଶଣ୍ଡ ଓ ଅମର୍କ ଥିବା କହନ୍ତି।]