ଶଣ୍ଢ ମହାଦେବଙ୍କୁ ଆଶ୍ରା କରିବା ନ୍ୟାୟ Ṡaṇḍha mahādebaṅku āṡrā karibā nyāya

  • ଦେ. ନ୍ୟାୟ — ମହାଦେବଙ୍କ ପରି ବଡ଼ଲୋକର ଆଶ୍ରା କରି ବୃଷଭର ଘାସ ଗ୍ରାସ ଛାଡ଼ ନ ହେବା ନ୍ୟାୟ — A proverb used figuratively to mean that an unlucky person will not fare better even if he takes shelter under the Almighty Siba (God)
  • ଦେ. ନ୍ୟାୟ — [ଦ୍ର— ବୃଷଭ ଦେବଦେବ ମହାଦେବଙ୍କର ବାହନ ଥିବାରୁ ସେ ସ୍ୱୟଂ ମହାଦେବଙ୍କର ବିଶେଷ ଅନୁଗ୍ରହର ପାତ୍ର ଅଟେ। ଯେଉଁ ଆଶୁତୋଷ ମହାଦେବ କେତେ କେତେ ଲୋକଙ୍କୁ ବର ଦେଇ ନିମେଷକ ମଧ୍ୟରେ ସେମାନଙ୍କର ଦୁଃଖଦାରିଦ୍ର୍ୟ ଦୂର କରିଅଛନ୍ତି ଓ କରି ପାରନ୍ତି, ବୃଷଭ ତାଙ୍କର ବାହନ ହୋଇ ତାଙ୍କୁ ଚିଦଦିନ ଆଶ୍ରା କରି ସୁଦ୍ଧା ତାହାର କପାଳ ଦଶା ଫେରିଲା ନାହିଁ; ଅର୍ଥାତ୍ ମହାଦେବଙ୍କ ବାହନ ବୃଷଭ କପାଳରେ ଯେଉଁ ଘାସ ଗ୍ରାସ (ଘାସ ଖାଇ ପ୍ରାଣଧାରଣ କରିବା) ଲେଖା ଅଛି, ତାହାକୁ ବରଦାନଦ୍ୱାରା ସ୍ୱୟଂ ମହାଦେବ ଖଣ୍ଡ ପାରି ନାହାନ୍ତି। ଏହାର ତାତ୍ପର୍ଯ୍ଯ ଏହି ଯେ, ଯାହାର କର୍ମରେ କିମ୍ବା ଭାଗ୍ୟରେ ଭଲ ଲେଖା ନାହିଁ, ସେ ବଡ଼ଲୋକଙ୍କ ଆଶ୍ରା କଲେ ସୁଦ୍ଧା ତା ଦୁର୍ଦଶା ମେଣ୍ଟଣ ହେବ ନାହିଁ।] (ଉ—ଶିବେ ଆଶ୍ରା କରି ବୃଷ, ନ ଗଲା ତା ଘାସ ଗ୍ରାସ—ଭଞ୍ଜ ପ୍ରେମସୁଧାନିଧି।)