ଶଣ୍ଢ ମହାଦେବଙ୍କର, ଗାଈ ସହଦେବଙ୍କର, ବଳଦ ବାପୁଡ଼ା କାହାରି ନୁହେଁ Ṡaṇḍha mahādebaṅkara, gāī sahadebaṅkara, baḻada bāpuṟḍ̠ā kāhāri nuheñ

  • (ପ୍ରବଚନ) — ବଳଦ ବିଚରାର କେହି ମୁରବି ନାହିଁ — The poor bullock has got no protector or patron
  • (ପ୍ରବଚନ) — [ଦ୍ର—ଅଣ୍ଡିରା ବାଛୁରୀର ମୁଷ୍କଚ୍ଛେଦ ଅଶାସ୍ତ୍ରୀୟ ଥିବା ବିଷୟକୁ ଲକ୍ଷ୍ୟ କରି ଏ ପ୍ରବଚନ ବ୍ଯବହୃତ। ଶଣ୍ଢ ମହାଦେବଙ୍କର ବାହନ ଥିବା କଥା ଶାସ୍ତ୍ରରେ ଅଛି; ଗାଭୀ— ମାନଙ୍କର ରକ୍ଷକ କନିଷ୍ଠ ପାଣ୍ଡବ ସହଦେବ ବୋଲି ପୁରାଣରେ ବର୍ଣ୍ଣିତ ଅଛି। କିନ୍ତୁ ଛିନ୍ନମୁଷ୍କ ବଳଦର ସ୍ୱାମୀ ବା ରକ୍ଷକରୂପେ ଶାସ୍ତ୍ର ପୁରାଣାଦିରେ କୌଣସି କାହାର ନାମୋଲ୍ଲେଖ ଦେଖାଯାଏ ନାହିଁ (କାରଣ, ଶାସ୍ତ୍ରରେ ମୁଷ୍କଚ୍ଛେଦର ବ୍ଯବସ୍ତ୍ରା ନାହିଁ)। ଲୋକେ ଶଣ୍ଢ ପ୍ରତି ନିଷ୍ଠୁର ବ୍ଯବହାର କଲେ ମହାଦେବ ଖପା ହେବେ, ଏବଂ ଗାଈ ପ୍ରତି ନିଷ୍ଠୁର ବ୍ଯବହାର କଲେ ସହଦେବ ଖପା ହେବେ; କିନ୍ତୁ ବଳଦକୁ ଅତିରିକ୍ତ ପରିଶ୍ରମ କରାଇଲେ କିମ୍ବା ଯଥେଷ୍ଟ ଖାଦ୍ୟ ଓ ବିଶ୍ରାମ ନ ଦେଇ ତା ପ୍ରତି ନିଷ୍ଠୁର ବ୍ଯବହାର କଲେ ସେ ବିଚରାର ହାରିଗୁହାରି ଶୁଣିବାକୁ କେହି ନାହିଁ। ଏଥିପାଇଁ ବଳଦ ବାପୁଡ଼ା ଉପରେ ତୁମେ ଯେତେ ଜୁଲମ କରିବ, କର—ଏହି ମର୍ମ ବ୍ୟଙ୍ଗଦ୍ୱାରା ଏ ପ୍ରବଚନରେ ସୂଚିତ ହୋଇଅଛି। ଯେଉଁ ବ୍ଯକ୍ତିର କେହି ରକ୍ଷାକର୍ତ୍ତା ବା ଆଶ୍ରୟଦାତା ନ ଥାଏ, ତାହା ପ୍ରତି ଏ ପ୍ରବଚନ ପ୍ରୟୋଗ କରାଯାଏ।]