ଶଣ୍ଢ ପଛଆଡ଼ Ṡaaṇḍha pachha āṟḍ̠a
- ଦେ. ବି—(ବ୍ୟଙ୍ଗ) — ବୃଷଭର ପଶ୍ଚାତ୍ଭାଗ ଅର୍ଥାତ୍ ବୃକ୍ଷଣ ବା ଅଣ୍ଡକୋଷ — (ironical) The testicle of a bull
- ଦେ. ବି—(ବ୍ୟଙ୍ଗ) — [ଦ୍ର—ବୃଷଭରୂପ ବାହନ ଉପରେ ବସିଥିବା ଭୋଳାନାଥଙ୍କ ଭୋଳା ପଣ ଭାଙ୍ଗି ଦେଇ ଭକ୍ତ ପ୍ରତି ତାଙ୍କ ଦୃଷ୍ଟିକୁ ଆକୃଷ୍ଟ କରାଇବା ଆଶାରେ ଭକ୍ତ ମହାଦେବ ମନ୍ଦିରକୁ ଦର୍ଶନ କରିବାକୁ ଗଲାବେଳେ ମନ୍ଦିରରେ ପ୍ରତିଷ୍ଠିତ ପାଷାଣମୟ ବୃଷଭର ପଛଆଡ଼ (ବୃଷଣ)ରେ ଟିକିଏ ହାତ ଲଗାଇ ଦିଏ। ଏପରି କଲେ ଷଣ୍ଢକୁ କୁତୁ କୁତୁ ଲାଗିବା ହେତୁ ସେ ଅଞ୍ଚଳ ହୋଇ ଉଠିବ ଓ ତହିଁର ଫଳରେ ତା ଉପରେ ବସିଥିବା ଭୋଳାନାଥଙ୍କ ଆସନ ଦୋହଲି ଯିବ ଓ ଧ୍ୟାନ ଭୋଳ ବା ନିଶା ଭୋଳ ମଧ୍ୟ ଭାଙ୍ଗିଯିବ; ବାହନ ଷଣ୍ଢର ଚଞ୍ଚଳତାର କାରଣ ନିର୍ଣ୍ଣୟ କରିବା ପାଇଁ ସେ ପଛ ଆଡ଼କୁ ଚାହିଁ ଦେଲେ ଭକ୍ତ ଉପରେ ତାଙ୍କର ଆଖି ପଡ଼ିବ ଓ ଭକ୍ତ ଏହି ସୁଯୋଗ ପାଇ ମହାଦେବଙ୍କ ଆଗରେ ଦଣ୍ଡବତ୍ ଲଟ୍କିନି ପଡ଼ି ଯାଇ ଆପଣାର ଦୁଃଖ ଜଣାଇବ, ଏହି କାଳ୍ପନିକ ଆଶାରେ ଭକ୍ତ ଶିବଲିଙ୍ଗକୁ ଦର୍ଶନ କରିବାକୁ ଯିବାବେଳେ ପ୍ରଥମେ ଷଣ୍ଢର ପଛଆଡ଼େ ହାତ ମାରି ଦେଇ ଷଣ୍ଢକୁ ଖର କରିଦିଏ। ଏହା ଆଜିକାଲିର ନୂଆ କଥା ନୁହେଁ; ପାଠରେ ମଧ୍ୟ ଅଛି ଯେ, 'ବୃଷସ୍ୟ ବୃଷଣଂ ସ୍ପୃଷ୍ଟ୍ୱ। ଶଙ୍କରସ୍ୟାବଲୋକନଂ।']