ଶଣ୍ଡାଇବା Ṡaṇḍāibā
- ଦେ. କ୍ରି—(ସଂ. ଶଣ୍ଡ) — (ସକର୍ମକ) ଏକ ପଦାର୍ଥକୁ ବା ବ୍ଯକ୍ତିକୁ ଆଣି ଅନ୍ଯ ପଦାର୍ଥ ବା ବ୍ଯକ୍ତି ସହିତ ଜୁଟ କରାଇଦେବା; ଜୁଟାଇବା — To cause a thing or person to meet another
- ଦେ. କ୍ରି—(ସଂ. ଶଣ୍ଡ) — (ଅକର୍ମକ) (ବୃକ୍ଷାଦି) ଗଜାଇବା; କୁଆଁଦେବା; ଶଣ୍ଡାଦେବା — To send forth new stems sprout or shoots; to sprout
- ଦେ. କ୍ରି—(ସଂ. ଶଣ୍ଡ) — ପୁରୁଷ (ପର ପୁରୁଷ ବା ଜାର)କୁ ନେଇ ସ୍ତ୍ରୀ ଲୋକ (ପର ସ୍ତ୍ରୀ ବା ପରବଧୂ ଆଦି)ର ନିକଟରେ କାମ ପ୍ରବୃତ୍ତି ଚରିତାର୍ଥ କରିବା ପାଇଁ ପହୁଞ୍ଚାଇବା — To act as a panderer; to secure amorous meeting between a woman and a lover
- ଦେ. କ୍ରି—(ସଂ. ଶଣ୍ଡ) — (ଗଛଆଦି) ଶଣ୍ଢା ହୋଇ ବଢ଼ିବା; ବହ୍ଲାଇବା (ଦ୍ର—ଗଛମାନ ଶଣ୍ଢାଇଲେ ସେଥିରେ ଫଳ ଧରେ ନାହିଁ); ବହ୍ଲା ହୋଇ ବଢ଼ିବା — To grow over luxuriantly (said of plants which do not bear fruit owing to over growth.)
- ଦେ. କ୍ରି—(ସଂ. ଶଣ୍ଡ) — (କୌଣସି ସ୍ତ୍ରୀ) ଅତିରିକ୍ତ ରୂପେ ସ୍ଥୂଳ ଓ ମାଂସଳ ହେବା — (A woman) To grow excessively fat
- ଦେ. କ୍ରି—(ସଂ. ଶଣ୍ଡ) — [ଦ୍ର—ଏପରି ହେଲେ ସ୍ତ୍ରୀ ଗର୍ଭ ଧାରଣ କରିବାକୁ ଅକ୍ଷମା ହୁଏ।]
- ଦେ. କ୍ରି—(ସଂ. ଶଣ୍ଡ) — ମକମକେଇବା; ହମହମେଇବା; (କୌଣସି ସ୍ତ୍ରୀ) ବିଶେଷ କାମାତୁରା ହୋଇ ନିକଟରେ ଉପସ୍ଥିତ ପୁରୁଷ ସଙ୍ଗମାର୍ଥ ନେତ୍ରବକ୍ତ୍ର ବିକାରାଦି ଦ୍ୱାରା ଉଦ୍ବେଗ ବା ଅସ୍ଥିରତା ପ୍ରକାଶ କରିବା — (A woman) To show signs of excessive eagerness for satiating her lust with any man appearing before her