ଶଟ୍କାଇବା Ṡaṭ-kāibā

  • ଦେ. କ୍ରି—(ସଂ. ଶଟ୍ ଧାତୁ=ଗତି କରିବା; ଶଟକିବା କ୍ରିୟାର ଣିଜନ୍ତ ରୂପ) — କୌଣସି ଦ୍ରବ୍ୟର ଦୃଢ଼ ସଂଲଗ୍ନ ହୋଇଥିବା ବସ୍ତୁକୁ (ଯଥା—ବୋତଲରୁ ଠିପିକୁ) ହଠାତ୍ କାଢ଼ି ଦେବା; ଶଟ୍ ଧ୍ୱନି ପୂର୍ବକ କୌଣସି ଗର୍ତ୍ତରୁ ଠିପିକୁ ହଠାତ୍ କାଢ଼ି ଦେବା — To suddenly take out a thing from inside another (as a cork from a bottle) with a jerk and snapping sound