ଶଙ୍ଖା ପିନ୍ଧାଇବା Ṡaṅkhā pindhāibā

  • ଦେ. କ୍ରି — ସ୍ତ୍ରୀଲୋକର ହାତରେ 'ଶଙ୍ଖା' ଅଳଙ୍କାର ପରିଧାନ କରାଇବା — To put on ṡaṅkhā into the hands of a woman
  • ଦେ. କ୍ରି — ଯେଉଁ ସମାଜରେ 'ଦୁତିଅ' ପ୍ରଥା ଚଳେ ସେହି ସମାଜର କୌଣସି ପୁରୁଷ କୌଣସି ବିଧବାକୁ ଦୁତିଅ ପ୍ରଥା ଅନୁସାରେ ବିବାହ କରିବା — To marry a widow by the Dutia form of widow-marriage
  • ଦେ. କ୍ରି — [ଦ୍ର—ଓଡ଼ିଶାରେ ଯେଉଁମାନଙ୍କ ସମାଜରେ 'ଦୁତିଅ' ବିବାହ ପ୍ରଥା ଚଳେ ସେ ସମାଜରେ ବିବାହକାରୀ ପୁରୁଷ ଦୁତୀୟ ହେଉଥିବା ସ୍ତ୍ରୀର ହାତରେ ଶଙ୍ଖା ପିନ୍ଧାଇଦେବାଦ୍ୱାରା ଦୁତିଅ ବିବାହର ପାଣିଗ୍ରହଣ କାର୍ଯ୍ୟ ସାଙ୍ଗ ହୁଏ।]