ଶଙ୍ଖପୁଷ୍ପୀ Ṡaṅkha pushpī
- ସଂ. ବି — ଏକପ୍ରକାର ବର୍ଷାୟୂଃ ରଜୁ ଶାକ; ଶ୍ୱେତ ବନବନା (ହରେକୃଷ୍ଣ, ଦ୍ରବ୍ଯଗୁଣ) — Canscora Decussata; Evalvulus Erecta
- ସଂ. ବି — [ଦ୍ର— ଏହା ତିକ୍ତକଷାୟ ରସ ବିଶିଷ୍ଟ ଦେଖିବାକୁ ଗୟଶ ଗଛ ପରି। ଏହାର ନାଡ଼ ଚତୁଷ୍କୋଣ, ପତ୍ର ଅଭିମୁଖୀ; ଫୁଲ ଆନୀଳ ଶ୍ୱେତ ଓ ଚାରୋଟି ଦଳ ବିଶିଷ୍ଟ; ଏହାର ପାଖୁଡ଼ା ଗୁଡ଼ିକ ଏକତ୍ର ଯୁକ୍ତ। ଫଳ ଦ୍ୱିକୋଷବିଶିଷ୍ଟ ଏବଂ ବୀଜ ବହୁକୋଣବିଶିଷ୍ଟ। ଶୀତକାଳରେ ସାଧାରଣତଃ ଏହି ଫଳ ପାଚିବା ଦେଖାଯାଏ। ପାଣି କୂଳିଆ କ୍ଷେତରେ ଏହି ଗଛ ଜନ୍ମେ। ଏହା ଅଗ୍ନିବର୍ଦ୍ଧକ, ସାରକ, ବଳକାରକ, କାନ୍ତି— ଜନକ, ମେଧା ଓ ସ୍ମୃତିକାରକ, ରସାୟନ, ସ୍ୱର ପରିଷ୍କାରକ ଓ କୃମି କୁଷ୍ଠାଦିନାଶକ, ରକ୍ତଦୋଷ, ବିଷ—ଦୋଷ ଅପସ୍ମାର ଓ ଭୂତାବେଶନାଶକ ଏବଂ ଜ୍ୱରନାଶକ।]
- ସଂ. ବି — ଶ୍ୱେତ ଅପରାଜିତା (ହି. ଶ.) — The white flowering clitoris creeper
- ସଂ. ବି — ଯୁଥିକା (ହି. ଶ) — Jasminum Auriculatum (plant.)