ଶଙ୍ଖନିଧି ପଦ୍ମନିଧି Ṡaṅkha nidhi padma nidhi
- ସଂ. ବି.—(ସହଚର) — କୁବେରଙ୍କର ଦୁଇଟି ନିଧି — Name to two rare gems of God Kubera
- ସଂ. ବି.—(ସହଚର) — [ଉ—ଶଙ୍ଖନିଧି ଯେ ପଦ୍ମନିଧି ନିଧି ତୁଲେ, କୁବେରଙ୍କୁ ସେବା ସେ କରିଥାନ୍ତି ଭଲେ। କୃଷ୍ଣସିଂହ. ମହାଭାରତ ସଭା।]
- ସଂ. ବି.—(ସହଚର) — [ଦ୍ର— ଲୋକଙ୍କର ବିଶ୍ୱାସ ଯେ, ଭାଗ୍ୟକ୍ରମେ ଯେଉଁ ବ୍ଯକ୍ତିଙ୍କ ହାତରେ ଶଙ୍ଖନିଧିର ଓ ପଦ୍ମନିଧିର ଚିହ୍ନ ଥାଏ, ସେ ଯେଉଁ ବସ୍ତୁକୁ ଛୁଏଁ, ତାହା ସୁନା ପାଲଟି ଯାଏ, ଓ ସେ ଲୋକର ଅଚଳାଚଳ ସମ୍ପତ୍ତି ମାଡ଼ି ଯାଏ। ତାହାର ଭଣ୍ଡାରରୁ ଯେତେ ବ୍ଯୟ ହେଲେ ସୁଦ୍ଧା ତାର ଭଣ୍ଡାର ଅସରନ୍ତି ହୋଇ ରହେ। ଏଥିପାଇଁ ଖୁବ୍ ଧନୀବ୍ଯକ୍ତିଙ୍କୁ ଲୋକ କହିଥାଆନ୍ତି—ତା ହାତରେ ଶଙ୍ଖନିଧି ପଦ୍ମନିଧି ଅଛି।]