ଶଙ୍ଖଚିଲ Ṡaṅkhachila

  • ଦେ. ବି.—(ସଂ. ଶଙ୍କର ଚିଲ୍ଲ) — ପ୍ରସହ ବର୍ଗରେ ଦିବାଚର ମତ୍ସ୍ୟପ୍ରିୟ ପକ୍ଷୀବିଶେଷ।
  • ଦେ. ବି.—(ସଂ. ଶଙ୍କର ଚିଲ୍ଲ) — [ଦ୍ର—ଏହାର ମୁଣ୍ଡ, ଗଳା ଓ ପେଟ ଶଙ୍ଖ ପରି ଧଳା। ଏହା ପ୍ରାୟ ଏକ ହାତ ଦୀର୍ଘ ଏବଂ ଏହାର ପିଠି ଓ ପୁଚ୍ଛ ଦେଖିବାକୁ ନାଲି। ଏହାର ଚଞ୍ଚୁ ବଡ଼ ଓ ଚେପା ଏବଂ ଗୋଡ଼ ଛୋଟ ଓ ନଖ ବକ୍ର] — The Brahmini kite; Haliastus Indus
  • ଦେ. ବି.—(ସଂ. ଶଙ୍କର ଚିଲ୍ଲ) — [ଦ୍ର—ତନ୍ତ୍ରରେ ଏହି ପକ୍ଷୀ ଦୁର୍ଗାଙ୍କ ଅଂଶ ବୋଲି ବର୍ଣ୍ଣିତ ହୋଇଅଛି। ଦେବୀ ପୁରାଣରେ ଏହାକୁ ଶଙ୍କରପ୍ରିୟା ନାମରେ ଅଭିହିତ କରାଯାଇଅଛି। କୌଣସି ଉଦ୍ଦେଶ୍ୟରେ ଯାତ୍ରା ବା ଅନୁକୁଳ କରିବା ସମୟରେ ହିନ୍ଦୁମାନେ ଶଙ୍ଖଚିଲ ଉଡ଼ିବା ଦେଖିଲେ ତାହାକୁ ଶୁଭସୂଚକ ଶକୁନ ବୋଲି ଜ୍ଞାନ କରନ୍ତି। ପୋଖରୀରେ ଲୋକ ମାଛ ଧରିଲେ ଉପରେ ଶଙ୍ଖଚିଲମାନେ ଉଡ଼ନ୍ତି ଓ ପାଣିରୁ ନଖଦ୍ୱାରା ଛୋଟ ଛୋଟ ମାଛ ଝାମ୍ପି ନେଇ ଖାଆନ୍ତି। ଏମାନଙ୍କର ବୋବାଳି ମନୁଷ୍ୟର ବିକଳ କାନ୍ଦଣା ପରି ଶୁଣାଯାଏ।]