ଶଙ୍ଖ ମର୍ମର Ṡaṅkha marmara

  • ବୈଦେ. ବି. (ଫା. ସଂଗ୍ମର୍ମର; ଫା ସଂଗ୍=ପଥର+ଆ. ମର୍ମର; କିମ୍ବା ସଂ ଶଙ୍ଖ+ଇ ମାର୍ବଲ; ତୁଳ. ଲାଟିନ, ମାର୍ମୋରସ୍; ଗ୍ରୀକ୍. ମର୍ମାରସ୍; ଫ୍ରେଞ୍ଚ ମାର୍ବରେ; ତୁଳ. ଇଂ. ମାର୍ବ୍ଳ; ଇ. ମାର୍ମୋରିଆନ୍=ମାର୍ବ୍ଳପ୍ରସ୍ତର ନିର୍ମିତ) — ଧଳା ମାର୍ବାଲ୍ପଥର—(ଏହା ଶଙ୍ଖତୁଲ୍ୟ ଶ୍ୱେତ ବର୍ଣ୍ଣ ମାର୍ବଲ ଥିବାରୁ) — White marble calcium carbonate
  • ବୈଦେ. ବି. (ଫା. ସଂଗ୍ମର୍ମର; ଫା ସଂଗ୍=ପଥର+ଆ. ମର୍ମର; କିମ୍ବା ସଂ ଶଙ୍ଖ+ଇ ମାର୍ବଲ; ତୁଳ. ଲାଟିନ, ମାର୍ମୋରସ୍; ଗ୍ରୀକ୍. ମର୍ମାରସ୍; ଫ୍ରେଞ୍ଚ ମାର୍ବରେ; ତୁଳ. ଇଂ. ମାର୍ବ୍ଳ; ଇ. ମାର୍ମୋରିଆନ୍=ମାର୍ବ୍ଳପ୍ରସ୍ତର ନିର୍ମିତ) — [ଦ୍ର—ଭାରତରେ ଜୟପୁର ରାଜ୍ୟ, ଆଜମୀର, କିଷନଗଡ଼, ଯୋଧପୁର ଓ ମଧ୍ୟପ୍ରଦେଶର ଜବଲ ପୁରରେ ଏ ପଥରର ଖଣି ଓ ପାହାଡ଼ମାନ ଅଛି। ଶଙ୍ଖ ମର୍ମର ପଥର ଏକପ୍ରକାର ଚୂନମିଶା କନ୍ଦା ପଥର — (lime stone)ଏଥିରେ କାଲ୍ସିଅମ୍(calcium)ନାମକ ମୌଳିକ ବସ୍ତୁ ବେଶି ପରିମାଣରେ ଥାଏ ଏହା ଖୁବ୍ ପାଲିସ୍ ହୁଏ ଓ ଏଥିରେ ସୂକ୍ଷ୍ମ କାରୁକାର୍ଯ୍ୟ କରାଯାଇପାରେ ଧଳା, କଳା, ହଳଦିଆ, ନାଲି ଓ ଶାଗୁଆ, ଏପରି ନାନାବର୍ଣ୍ଣର ଶଙ୍ଖ ମର୍ମର ପଥର ପାହାଡ଼ରୁ ଓ ଖଣିରୁ ମିଳେ ଏକ ପ୍ରକାର ମର୍ମର(shell marble)ପଥରରେ ଶଙ୍ଖ(shell)ର ଅଂଶ ଥାଏ ମର୍ମର ବା ମାର୍ବଲ ପଥରରେ ମୂର୍ତ୍ତି, ଟାଇଲ୍, ବାକସ, ଚଉକି, ଟେବୁଲ ଆଦି ହୁଏ]