ଶଙ୍ଖ ବଳିତା Ṡaṅkha baḻitā

  • ଦେ. ବି — ଆଗ୍ନେୟଗିରିରୁ ଉତ୍ପନ୍ନ ଏକପ୍ରକାର ଅଦାହ୍ୟ ତନ୍ତୁମୟ ପଦାର୍ଥ — Asbestos
  • ଦେ. ବି — [ଦ୍ର—ଏହା ଏକପ୍ରକାର ତନ୍ତୁମୟ ଖଣିଜ ବସ୍ତୁ; ଅଗ୍ନେୟଗିରିରୁ ବାହାରେ। ଏଥିର ରଙ୍ଗ ଧଳା ଓ ଶାଗୁଆ; ଏହା ରେସମ ପରି ଚକଚକିଆ, ଏହା ଜଲଦି ନିଆଁ ଧରେ ନାହିଁ। ଏଥିପାଇଁ ଗାସ୍ର ଭାଟିରେ ଏହା ଲଗାଯାଏ। ଏହା ମଧ୍ୟ ଉତ୍ତାପ ଓ ବିଦ୍ୟୁତର ଚାଳକ — (conductor)ନୁହେଁ ଏହା ବିଜୁଳି ତାରରେ ଗୁଡ଼ାଯାଏ ନିଆଁ ଲାଗି ନ ଯିବା ପାଇଁ ଏଥିରେ ଏକ ପ୍ରକାର ଲୁଗା ତିଆରି କରାଯାଏ କଳକମାନ ଜୋଡ଼ ଜାଗାରେ ଓ ଅଗ୍ନିର ଅଭେଦ୍ୟ(fire proof)ଲୁହା ସିନ୍ଦୁକମାନଙ୍କ ବାଡ଼ରେ ଏହା ବ୍ଯବହୃତ ହୁଏ ଏହା କର୍ସିକା ଦ୍ୱୀପ, ସ୍କଟଲାଣ୍ଡ୍, କାନାଡ଼ା, ଇଟାଲି ଆଦି ଦେଶରେ ମିଳେ— ବିଶ୍ୱକୋଷ]