ଶଙ୍କିବା Ṡaṅkibā
- ଦେ. କ୍ରି.—(ସଂ. ଶଙ୍କ୍ଧାତୁ) — ଭୟ କରିବା; ଭୀତହେବା — To fear; to dread
- ଦେ. କ୍ରି.—(ସଂ. ଶଙ୍କ୍ଧାତୁ) — [ଉ—ତାଙ୍କର ଗାମ୍ଭୀର୍ଯ୍ଯକୁ ଜଳଧି ଶଙ୍କିଲେ—କୃଷ୍ଣସିଂହ ମହାଭାରତ. ବନପର୍ବ]
- ଦେ. କ୍ରି.—(ସଂ. ଶଙ୍କ୍ଧାତୁ) — ସନ୍ଦେହ କରିବା — To suspect
- ଦେ. କ୍ରି.—(ସଂ. ଶଙ୍କ୍ଧାତୁ) — (ସଂ. ସଙ୍କୋଚ)—କୌଣସି କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେବା; ସଙ୍କୋଚ ବୋଧ କରିବା ବା ପଶ୍ଚାତ୍ପଦ ହେବା — To shrink from doing a thing; to fight shy of a matter
- ଦେ. କ୍ରି.—(ସଂ. ଶଙ୍କ୍ଧାତୁ) — (ଉ—ବନ୍ଦି କହେ ବନ୍ଦୀ କପି ଇନ୍ଦ୍ରଗଲା ଶଙ୍କି—ବିଶ୍ୱନାଥ ବିଚିତ୍ରରାମାୟଣ)
- ଦେ. କ୍ରି.—(ସଂ. ଶଙ୍କ୍ଧାତୁ) — ଲଜ୍ଜାବୋଧକରିବା — To feel shy