ଶକ୍ତି ସଂକେତ (ସନ୍ଦର୍ଭ) Ṡakti saṁketa (sandarbha)
- ଦେ. ବି — କୌଣସି ଦେଶର ବା ଜାତିର ଶକ୍ତିର ସଙ୍କେତସୂଚକ ଚିହ୍ନ; ଜାତୀୟ ନିଶାଣ — Coat of arms; the heraldic bearring or insignia or embroidered surcoat worn over the coat of mail of the warrior of a country or state, or nation
- ଦେ. ବି — [ଦ୍ର—ଶ୍ରୀଯୁକ୍ତ ନରସିଂହ ଗନ୍ତାଏତ, ବି. ଇ. ଓଡ଼ିଶାର, "ଶକ୍ତି ସଙ୍କେତ" ରୂପେ ନିମ୍ନଲିଖିତ ଚିତ୍ରଟି ଉଦ୍ଭାବନ କରିଅଛନ୍ତି; ଏ ଚିତ୍ରରେ ବ୍ରହ୍ମପୁରର 'ନିଉ ଓଡ଼ିଶା' ନାମକ ଇଂରାଜି ଦୈନିକ ସମ୍ବାଦପତ୍ରର କପି ରାଇଟ୍ (ମୁଦ୍ରଣାଧିକାର) ଥିବାରୁ ତହିଁର ସମ୍ପାଦକ ଭାଷାକୋଷରେ ଏହା ପ୍ରକାଶ କରିବାକୁ ଅନୁମତି ଦେଇ ଅଛନ୍ତି—(ଶକ୍ତି ସଙ୍କେତ—ଅନ୍ଯରୂପ) ନିଉଓଡ଼ିଶାର ସମ୍ପାଦଙ୍କ ପ୍ରଦତ୍ତ ବ୍ଳକ୍ରୁ ତାଙ୍କ ଅନୁମତି କ୍ରମେ ପ୍ରକାଶିତ। — Published with the courtesy of the Editor "The New Orissa"
- ଦେ. ବି — (ଓଡ଼ିଶାର ଶକ୍ତିସଂକେତ ବା ଜାତୀୟ ନିଶାଣ)
- ଦେ. ବି — ଶକ୍ତି ସଙ୍କେତ (ସନ୍ଦର୍ଭ) ବା
- ଦେ. ବି — ଓଡ଼ିଶାର ଜାତୀୟ ନିଶାଣ — (Orissa Coat of Arms) 'Orta non occidit' (once risen never sets)
- ଦେ. ବି — ହୋଇଛି ବାରେ ଭବେ ଯାର ଉଦୟ ଘଟିବ ନାହିଁ କେବେ ତାର ବିଲୟ। ଏହା ହେଉଛି 'ଓଡ଼ିଶାର ଜାତୀୟ ନିଶାଣ' ବା 'ଓଡ଼ିଶା ଶକ୍ତି ସଙ୍କେତର ଅଭୀଷ୍ଟ ମନ୍ତ୍ର। ଶ୍ରୀମାନ୍ ନରସିଂହ ଗନ୍ତାୟତ ଏପ୍ରେଣ୍ଟିସ୍ ସିଭିଲ ଇଞ୍ଜିନିଅର୍ — (Apprentice Civil Engineer),ଓଡ଼ିଶା ସେଣ୍ଟ୍ରାଲ୍ 'ସିଭିଲ୍ ୱାର୍କ୍ସ୍ ଏହାର ଶିଳ୍ପୀ; ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟର ଭୂତପୂର୍ବ ଭଇସ ଚାନ୍ସେଲର୍ ଓ ମାନ୍ଦ୍ରାଜ ଲୟଲା କଲେଜର ଭୂତପୂର୍ବ ପ୍ରଧାନ ଅଧ୍ୟାପକ ସ୍ୱର୍ଗତ ରେଭରେଣ୍ଡ୍ ଫାଦର୍ ବେଟ୍ରାମ୍ ନିମ୍ନ ମର୍ମରେ ଏହାର ସଂକ୍ଷିପ୍ତ ବ୍ୟାଖ୍ୟା କରିଅଛନ୍ତି ଉକ୍ତ 'ଓଡ଼ିଶାର ଜାତୀୟ ନିଶାଣ'ର ସଂକ୍ଷିପ୍ତ ବର୍ଣ୍ଣତା ନିମ୍ମରେ ଦିଆଗଲା
- ଦେ. ବି — ପଟ୍ଟର ଦେହର ବର୍ଣ୍ଣ—ସୁନୀଳ ଆକାଶର ବର୍ଣ୍ଣ।
- ଦେ. ବି — ଚିତ୍ରର ତଳ ଭାଗରେ ସମୁଦ୍ର ଉପରେ କ୍ଷୁଦ୍ର ନୌକାଟିଏ ଭାସମାନ। (ସମଗ୍ର ଅଙ୍କିତ ରଙ୍ଗ ବିଶେଷ ପ୍ରାକୃତିକ ବୋଧ ହୁଏ)। ଓଡ଼ିଶାର ବିଶେଷତ୍ୱ ସୁବିସ୍ତୀର୍ଣ୍ଣ ଉପକୂଳ, ସମୁଦ୍ର ଓ କ୍ଷୁଦ୍ର ନୌକାଦ୍ୱାରା ସୂଚିତ। ଦିନେ ଓଡ଼ିଆ ଜାତି ସମୁଦ୍ର ଯାତ୍ରାରେ ଅତୀବ ପାରଦର୍ଶୀ ଥିଲା। ସେହି ଜଳଯାତ୍ରାକୁଶଳ ଓଡ଼ିଆର କୃତିତ୍ୱ—ସୂଚକ ସଙ୍କେତ ପଟ୍ଟରେ କ୍ଷୁଦ୍ର ନୌକା ରୂପେ ପ୍ରଦର୍ଶିତ। (ଅତୀତରେ ଉତ୍କଳୀୟମାନେ ଜଳଯାତ୍ରା ଯୋଗେ ସୁମାତ୍ରା, ବୋର୍ଣ୍ଣୀଓ, ଯାବା ଓ ଅନ୍ଯାନ୍ୟ ଦ୍ୱୀପସହ କାରବାର କରି ଅଜସ୍ର ଧନ ଉପାର୍ଜନ କରୁଥିବାର ପ୍ରମାଣ ଓଡ଼ିଶା ଇତିହାସରୁ ଯଥେଷ୍ଟ ମିଳେ। ଶ୍ରୀମତୀ ଚନ୍ଦ୍ରମଣି ଦେବୀଙ୍କ କୃତ 'ନୀଳଗଗନ ତାରା' ରେ ଲିଖିତ ଅଛି— ହେଉଥିଲା କାରବାର ରେ, ନୀଳଗମନ ତାରା ! ସୁମିତ୍ରା, ବୋର୍ଣ୍ଣୀୟ, ଜାବାଦ୍ୱୀପ ପରା ଆମରି ଧନ ଭଣ୍ଡାରରେ, ନୀଳଗଗନ ତାରା! ସାତ ପରବତ ଟାଳି ରେ, ନୀଳଗଗନ ତାରା! ମୁଣ୍ଡାମୁଣ୍ଡା ସୁନା ଆଣୁଥିଲେ ନାବେ ବିଦେଶୁ ପାଳିତ ପାଳିରେ, ନୀଳଗଗନ ତାରା!
- ଦେ. ବି — ଶିଖରାକୃତି ଶୁଭ୍ର ରଜତାଭ କଟିବନ୍ଧଟି ପଟ୍ଟର ତଳଭାଗକୁ ତାହାର ଊର୍ଦ୍ଧ୍ୱ ଭାଗଠାରୁ ପୃଥକ୍ କରି ଛବିର ନଗ୍ନତା ଲୋପ କରିଅଛି।
- ଦେ. ବି — ଓଡ଼ିଶାର ଦୁଇଟି ବିଶିଷ୍ଟତା ଦୁଇଟି ସଙ୍କେତ ଦ୍ୱାରା ଚିହ୍ନିତ ହୋଇଅଛି:— ପ୍ରଥମଟି—ଓଡ଼ିଶାର ଅତୀତ ଗୌରବର ମୂକ ସାକ୍ଷୀ ଓ ଉତ୍କଳ ନରପତି ବୃନ୍ଦଙ୍କକ ଅଭେଦ୍ୟ ଦୁର୍ଗ ବାରବାଟି। ଦ୍ୱିତୀୟଟି—ଧର୍ମ—ପୀଠ ଜଗତ୍ପ୍ରସିଦ୍ଧ ପୁରୀମନ୍ଦିର। ଓଡ଼ିଆଙ୍କ ସାର୍ବଜନୀନମୈତ୍ରୀଭାବ ଓ ସଭ୍ୟତା ପୁରୀ ଜଗନ୍ନାଥଙ୍କ ପ୍ରଚାରିତ ଦୀକ୍ଷାରେ ଅନୁପ୍ରାଣିତ; ବିଶ୍ୱଭ୍ରାତୃଭାବ ଓଡ଼ିଆ ସଭ୍ୟତାର ଏକ ବିଶେଷତ୍ୱ, ପୁଣି ଏହି ବିଶିଷ୍ଟଗୁଣ ଯୋଗୁଁ ଭାରତର ଅନ୍ଯାନ୍ୟ ଜାତି ମଧ୍ୟରେ ଓଡ଼ିଆ ଜାତି ଆଜି ଇତିହାସ ପ୍ରସିଦ୍ଧ।
- ଦେ. ବି — ଓଡ଼ିଶାର ଜାତୀୟ ପ୍ରତିଭା ଓ ଯଶଃକୀର୍ତ୍ତି ସ୍ୱର୍ଣ୍ଣ ନକ୍ଷତ୍ରଟି ଦ୍ୱାରା ସୂଚିତ ହୋଇଅଛି। ଏ ନକ୍ଷତ୍ର ଉଦୟ ହୋଇଅଛି କିନ୍ତୁ କଦାଚ ଅସ୍ତ ହେବ ନାହିଁ। ନକ୍ଷତ୍ରଟି ପଟ୍ଟର ପ୍ରଧାନ ବସ୍ତୁରୂପେ ସନ୍ନିବିଷ୍ଟ ହୋଇ ପଟ୍ଟଟିକୁ ଭାବରଞ୍ଜିତ କରିଅଛି। ଅତଏବ ପଟ୍ଟର ଅନ୍ତର୍ନିହିତ ମନ୍ତ୍ର—"ହୋଇଛି ବାରେ ଭବେ ଯାର ଉଦୟ, ଘଟିବ ନାହିଁ କେବେ ତାର ବିଲୟ"। ଅର୍ଥାତ୍ ଉତ୍କଳର ଗୌରବ ଥରେ ଉଚ୍ଚ ଆଉ କଦାପି ଅସ୍ତ ହେବ ନାହିଁ।
- ଦେ. ବି — ପଟ୍ଟର ଶିରୋଭାଗରେ ଯେଉଁ ଦୁଇଟି ଶାଣିତ କୃପାଣ ମୁଖାମୁଖି ହୋଇ ତେରଛା ଭାବରେ ପରସ୍ପର ଛନ୍ଦା ହୋଇଅଛି, ତାହା ଓଡ଼ିଆ ଜାତିର ସମରକୁଶଳତା ଓ ରଣକୀର୍ତ୍ତି ଘୋଷଣା କରୁଅଛି। ଦୁଇଟି ଖଡ୍ଡ ଏକତ୍ର ବନ୍ଧାହୋଇ ଏକତାର ପରିଚୟ ଦେଉଅଛି; ଅତଏବ ଇଂରାଜି ଅକ୍ଷରଦ୍ୱୟ — U O(ୟୁ ଓ) (ସମ୍ମିଳିତ ଓଡ଼ିଶା) ସଂକ୍ଷିପ୍ତଭାବେ ଅଙ୍କିତ ହୋଇଅଛି