ଳ ḻa
- ସଂ — ବ୍ୟଞ୍ଜନବର୍ଣ୍ଣମାଳାର ଅଷ୍ଟାବିଂଶ ବର୍ଣ୍ଣ — The 28th consonant corresponding to the blurred sound of the English letter 'L'; a variation of the letter.'ଲ'
- ସଂ — [ଦ୍ର— ଏହା ଅବର୍ଗ୍ୟ ବା ଅନ୍ତଃସ୍ଥ ତୃତୀୟବର୍ଣ୍ଣ। ଉପର ପାଟିର ଦନ୍ତପଂକ୍ତିର ପଶ୍ଚାଦ୍ଭାଗକୁ ଜିହ୍ୱାଗ୍ର ଦ୍ୱାରା ସ୍ୱର୍ଶ କରି ଏହା ଉଚ୍ଚାରଣ କରାଯାଏ। 'ଳ' ଓ 'ଲ' ଏକ ବର୍ଣ୍ଣ। କିନ୍ତୁ 'ଳ' ଉଚ୍ଚାରଣ କରିବା 'ଲ' ଅପେକ୍ଷା ଆୟାସସାଧ୍ୟ। ଏଥିପାଇଁ ଉତ୍ତରାଞ୍ଚଳୀୟ ଜାତିମାନେ 'ଳ' ଉଚ୍ଚାରଣ କରି ପାରନ୍ତି ନାହିଁ। ଇଂରାଜିରେ 'ଳ' ଉଚ୍ଚାରଣ ନାହିଁ। ବଙ୍ଗଳାରେ ଓ ହିନ୍ଦିରେ 'ଳ' ଉଚ୍ଚାରଣ ନାହିଁ। ଓଡ଼ିଆରେ 'ଲ' ଅକ୍ଷରର 'ଳ' ଓ 'ଲ' ଭେଦରେ ଦୁଇଟି ସ୍ୱତନ୍ତ୍ର ଉଚ୍ଚାରଣ ଅଛି। ଶିଶୁମାନେ ଓ ବଙ୍ଗାଳିମାନେ 'ଳ' ସ୍ଥାନରେ 'ଲ' ଉଚ୍ଚାରଣ କରନ୍ତି। ବାଉରି କଣ୍ଡରା ଆଦି 'ଳ' ସ୍ଥାନରେ 'ର' ଉଚ୍ଚାରଣ କରନ୍ତି (ଯଥା— ଚାଉଳ=ଚାଉର, ନେଉଳ=ନେଉର)। ଓଡ଼ିଆରେ ସାଧାରଣତଃ ଶବ୍ଦର ଆଦ୍ଯବର୍ଣ୍ଣ 'ଳ' ନ ହୋଇ 'ଲ' ହୁଏ। 'ଳ' ଆଦ୍ୟରେ ଥିବା ଶବ୍ଦ ଓଡ଼ିଆରେ ନାହିଁ।
- ସଂ — ଓଡ଼ିଆରେ 'ଳ' ଓ 'ଲ' ର ପ୍ରଭେଦ 'ମୂଳ' ଓ 'ମୂଲ' 'କଳ' ଓ 'କଲ' 'କାଳ' ଓ 'କାଲ' 'ଗଳ' ଓ 'ଗଲ', 'ଖଳ' ଓ 'ଖଲ', 'କଳି' ଓ 'କଲି'; 'ମଳି' ଓ 'ମଲି' ଆଦିରେ ଲକ୍ଷିତ ହୁଏ।
- ସଂ — ଳ ଓ ଲ ଏ ଦୁଇ ଅକ୍ଷରର ଉଚ୍ଚାରଣ ଓଡ଼ିଆରେ ପୃଥକ୍ ହେଲେହେଁ, ଏ ଦୁଇ ଅକ୍ଷରର ବାର୍ଣ୍ଣିକ ମୂଲ୍ୟ — (Alphabetical value)ସମାନ ଏଥିଯୋଗୁଁ ଳ ଓ ଲ ବିଶିଷ୍ଟ ଶବ୍ଦମାନ ଏ ଭାଷାକୋଷରେ ଏକ ସ୍ଥାନରେ ଦିଆ ହୋଇଅଛି
- ସଂ — ସମ୍ବଲପୁର ଅଞ୍ଚଳରେ ଓଡ଼ିଆରେ ଉଚ୍ଚାରିତ 'ଳ' ଅକ୍ଷର 'ଲ' ଭାବରେ ପ୍ରାୟଶଃ ଉଚ୍ଚାରିତ ହୁଏ।]