ଲ La
- ସଂ. ବି— (ଲା ଧାତୁ=ଦାନ କରିବା+କର୍ତ୍ତୃ. ଅ) — ଇନ୍ଦ୍ର; ଦେବରାଜ — Indra
- ସଂ. ବି— (ଲା ଧାତୁ=ଦାନ କରିବା+କର୍ତ୍ତୃ. ଅ) — ଶତ୍ରୁ — Enemy
- ସଂ. ବି— (ଲା ଧାତୁ=ଦାନ କରିବା+କର୍ତ୍ତୃ. ଅ) — ଗ୍ରହଣ — Acceptance; receiving
- ସଂ. ବି— (ଲା ଧାତୁ=ଦାନ କରିବା+କର୍ତ୍ତୃ. ଅ) — ଦାନ — Gift
- ସଂ. ବି— (ଲା ଧାତୁ=ଦାନ କରିବା+କର୍ତ୍ତୃ. ଅ) — (ତନ୍ତ୍ର) ପୃଥିବୀର ବୀଜ ମନ୍ତ୍ର — (Tantra) The root letter for worshipping of the Earth- goddess
- ଦେ. — କ୍ରିୟାର ଅତୀତକାଳ ମଧ୍ୟମପୁରୁଷ ଏକବଚନ ଓ ବହୁବଚନ (ତୁମ୍ଭେ, ତୁମ୍ଭେମାନେ) ସଙ୍ଗେ ଯୁକ୍ତ ହେବା ଅକ୍ଷର — The letter added to the verbs in 2nd person singular and plural
- ଦେ. — [ଦ୍ର— ମଧ୍ୟମ ପୁରୁଷ ବର୍ତ୍ତମାନସାମୀପ୍ୟଭୂତ କାଳବାଚକ କ୍ରିୟାରେ ବ୍ଯବହୃତ —ଯଥା— ତୁମ୍ଭେ, ତୁମ୍ଭେମାନେ—ଗଲ, ଥିଲ, ଖାଇଲ, ତୁ—ଗଲୁ, ଥିଲୁ, ଖାଇଲୁ। ସେ—ଗଲା, ଥିଲା, ଖାଇଲା; ସମ୍ମାନାର୍ଥକ ସେ, ସେମାନେ— ଗଲେ, ଥିଲେ, ଖାଇଲେ ମୁଁ—ଗଲି, ଥିଲି, ଖାଇଲି। ଆମ୍ଭେ; ଆମ୍ଭେମାନେ —ଗଲୁଁ, ଥିଲୁଁ, ଖାଇଲୁଁ। ଆପଣ; ଆପଣମାନେ— ଗଲେ, ଥିଲେ, ଖାଇଲେ।]
- ବୈଦେ. ବି (ଇଂ. ଲ) — ଆଇନ୍; ରାଜବିଧି — Law
- ବୈଦେ. ବି (ଇଂ. ଲ) — (ସଂ. ଲତା) (ପାନବରଜୀ ଭାଷା) ପାନର ପ୍ରତ୍ୟେକ ଲତା — Each betel creeper
- ବୈଦେ. ବି (ଇଂ. ଲ) — (ସଂ. ଲତା; ଏହା ଲତା ଆକୃତିବିଶିଷ୍ଟ ଥିବାରୁ, ଶୁଭବାଚକ) ସାପ; ସର୍ପ — (euphemism) Serpent
- ବୈଦେ. ବି (ଇଂ. ଲ) — [ଦ୍ର— 'ସାପ' ଶବ୍ଦ ଅମଙ୍ଗଳବାଚକ ଥିବାରୁ ଲୋକେ ମୁହଁରେ 'ସାପ' ନ କହି 'ଲଅଁ', 'କାଠି' 'ଲମ୍ବ ଜନ୍ତୁ' ଆଦି ଶବ୍ଦ ବ୍ଯବହାର କରନ୍ତି। ବଙ୍ଗଳାରେ ମଧ୍ୟ ରାତ୍ରିକାଳରେ 'ସାପ' ଶବ୍ଦ ନ କହି କେହି କେହି 'ଲତା' ଶବ୍ଦ ବ୍ଯବହାର କରନ୍ତି ଓ ହିନ୍ଦିରେ ଲାଠା ଶବ୍ଦ ବ୍ଯବହୃତ ହୁଏ।]
- ପ୍ରାଦେ. (ପୁରୀ) ଅ — 'ଲୋ' ର ଆକାରାନ୍ତର — Interjection a variation of'ଲୋ'