ଲୋପା ମୁଦ୍ରା Lopā mudrā
- ସଂ. ବି. ସ୍ତ୍ରୀ — [ଲୁପ୍ ଧାତୁ ଣିଚ୍ ଲେପି ଧାତୁ= ଲୁପ୍ତ କରାଇବା+ଭାବ. ଅ=(ନାରୀମାନଙ୍କର ରୂପାଭିମାନ) ଲୋପ; ଅ=ନୁହେ+ମୁଦ=ହର୍ଷ+ରା ଧାତୁ =ଦାନ କରିବା+କର୍ତ୍ତୃ. ଅ+ଆ=ଯାହା ହର୍ଷ ପ୍ରଦାନ କରେ ନାହିଁ। ଲୋପ+ଅମୁଦ୍ରା। ଯେ ନିଜର ରୂପଦ୍ୱାରା ନାରୀମାନଙ୍କର ରୂପାଭିମାନ ଲୋପ କରିଥିଲେ ଓ ଯେ ପତିଙ୍କ ଶୁଶ୍ରୂଷାର ଲୋପ ହେଲେ (ଅର୍ଥାତ୍ ପତିଙ୍କର ସେବା ଶୁଶ୍ରୂଷା ନ କଲେ) ହର୍ଷଲାଭ କରୁ ନ ଥିଲେ]— ଲୋପା; ମହର୍ଷି ଅଗସ୍ତିଙ୍କ ପତ୍ନୀ — The wife of the sage Agasti
- ସଂ. ବି. ସ୍ତ୍ରୀ — [ଲୋପାମୁଦ୍ରାଙ୍କ ଅନ୍ଯ ନାମ—ଲୀପା କୋଶୀତକୀ, ବରପ୍ରଦା—ହି. ଶ.।]
- ସଂ. ବି. ସ୍ତ୍ରୀ — [ଉ—ବିଧାତା ହୃଦ ସମ୍ପୁଟକୁ। ବୋଲିବା ଲୋପାମୁଦ୍ରା ତାକୁ— ଭଞ୍ଜ. ବୈଦେହୀଶବିଳାସ।]
- ସଂ. ବି. ସ୍ତ୍ରୀ — [ଦ୍ର—ଅଗସ୍ତ୍ୟ ମନୋମତ ପତ୍ନୀ ପାଇବା ଆଶାରେ ସକଳ ପ୍ରାଣୀଙ୍କର ଉତ୍କୃଷ୍ଟ ଅଂଶମାନ ଗ୍ରହଣ କରି ଏହି କନ୍ୟାଙ୍କୁ ସୃଷ୍ଟି କରି ଏହାଙ୍କୁ ପାଳି କରି ବଢ଼ାଇବା ପାଇଁ ବିଦର୍ଭ ରାଜାଙ୍କ ନିକଟରେ ଛାଡ଼ିଥିଲେ ଓ ଯଥା ସମୟରେ ଉକ୍ତ କନ୍ୟାର ପାଣିଗ୍ରହଣ କଲେ। କଥିତ ଅଛି ଯେ ଲୋପାମୁଦ୍ରା ସ୍ୱାମୀଙ୍କ ନିକଟରେ ଧନ ପ୍ରାର୍ଥନା କରିବାରୁ ଅଗସ୍ତି ଦୈତ୍ୟରାଜ ଇଲ୍ୱଳକୁ ନିହତ କରି ପ୍ରଭୁତ ଧନରାଶି ଆଣି ଏହାଙ୍କୁ ଦାନ କରିଥିଲେ।]
- ସଂ. ବି. ସ୍ତ୍ରୀ — ଅଗସ୍ତି ନାମକ ତାରାର ଦକ୍ଷିଣ ପୂର୍ବ ପାଖରେ ଅବସ୍ଥିତ ଏକ କ୍ଷୁଦ୍ର ତାରା (ହି. ଶ.) (ନକ୍ଷତ୍ର ତଳେ ନୋଟ ଦେଖ) — A small star to the south east of Canopus (star)