ଲୋକାଲ୍ ବୋଡ଼୍ Lokāl boṟḍ
- ବୈଦେ. ବି (ଇଂ.) — ଦେଶର ଜନସାଧାରଣଙ୍କ ଦ୍ୱାରା ସ୍ୱାୟତ୍ତଶାସନ ପଦ୍ଧତି ଅନୁସାରେ ଇଂରାଜି ଗଭର୍ଣ୍ଣମେଣ୍ଟଙ୍କ ଦ୍ୱାରା ଗଠିତ କୌଣସି ସବ୍ଡିଭିଜନର ମଫସଲର ସ୍ଥାନୀୟ ପ୍ରତିନିଧି ମାନଙ୍କଦ୍ୱାରା ଗଠିତ ସମିତି — Local Boards formed by the selected representatives of the inhabitants of a Subdivision, known in Madras as Taluqua Boards
- ବୈଦେ. ବି (ଇଂ.) — [ଦ୍ର—ମାନ୍ଦ୍ରାଜ ଆଦି ଅଞ୍ଚଳରେ ଏହି ସମିତିମାନଙ୍କ ନାମ ତାଲୁକା ବୋର୍ଡ଼। ଏହି ବୋର୍ଡ଼୍ମାନ ଡ଼ିଷ୍ଟ୍ରିକ୍ଟବୋଡ଼ ବା ଜିଲ୍ଲାବୋର୍ଡ଼୍ର ଅଧୀନ। ଗୋଟିଏ ଜିଲ୍ଲାରେ ଯେତେଗୋଟି ସବ୍ଡିଭିଜନ୍ ବା ମହକୁମା ଥାଏ, ସେହି ଜିଲ୍ଲାବୋର୍ଡ଼୍ ଅଧୀନ ସେତେଗୋଟି ଲୋକାଲବୋର୍ଡ଼ ଥାଏ। ଏହି ବୋର୍ଡ଼ମାନ ଜିଲ୍ଲାବୋର୍ଡ଼ର ତତ୍ତ୍ୱାଧୀନତାରେ ଆପଣାର ଇଲାକା ମଧ୍ୟସ୍ଥ କଚ୍ଚା ରାସ୍ତା, ଗ୍ରାମ୍ୟ ରାସ୍ତା, ନଈ ଘାଟ, କାଇନ୍ହାଉସ୍ ଓ ପ୍ରାଥମିକ ବିଦ୍ୟାଳୟମାନଙ୍କ ତନଖି କରନ୍ତି। ପୂର୍ବେ ଗଭର୍ଣ୍ଣମେଣ୍ଟ ଏ ବୋର୍ଡ଼ର ମେମ୍ବର ବା ସଭ୍ୟମାନଙ୍କୁ ନିଯୁକ୍ତ କରୁଥିଲେ। ବର୍ତ୍ତମାନ ସବଡିଭିଜନର ଭିନ୍ନ ଭିନ୍ନ ଥାନାର କରଦାତାମାନେ ଆପଣାର ପ୍ରତିନିଧିସ୍ୱରୂପ ଜଣେ ବ୍ଯକ୍ତିକୁ ଲୋକାଲ୍ ବୋର୍ଡ଼ର ସଭ୍ୟ ନିର୍ବାଚିତ କରି 3 ବର୍ଷ ଲେଖାଏଁ ପାଇଁ ପଠାନ୍ତି। ଏପରି ସବୁ ଥାନାରୁ ଜଣେ ଜଣେ ମେମ୍ବର ଯାଇ ଲୋକାଲ୍ବୋର୍ଡ଼ ଗଠନ କରନ୍ତି। ଏହି ମେମ୍ବରମାନେ ଅପଣା ମଧ୍ୟରୁ ଜଣକୁ ସଭାପତି (ଚେଆରମାନ୍) ଓ ସହକାରୀ ସଭାପତି (ଭାଇସ୍ଚେଆର୍ମାନ୍) ନିର୍ବାଚିତ କରନ୍ତି। ସଭାପତି ଓ ସହକାରୀ ସଭାପତି ମାସକୁ ମାସ ସବୁ ମେମ୍ବରମାନଙ୍କୁ ଆହ୍ୱାନ କରି ଗୋଟିଏ ଗୋଟିଏ ମିଟିଙ୍ଗ କରନ୍ତି ଓ ଅଧିକାଂଶ ମେମ୍ବରଙ୍କ ମତ ଅନୁସାରେ ବୋଡ଼ର କାର୍ଯ୍ୟମାନ ଚଳାନ୍ତି। ଜିଲ୍ଲା ଓ ସବଡ଼ିଭିଜନର ମଫସଲ ପାଇଁ ଯଥାକ୍ରମେ ଡିଷ୍ଟ୍ରିକ୍ଟବୋର୍ଡ଼ ଓ ଲୋକାଲବୋଡ଼୍ ଗଠିତ ହୋଇଅଛି। ବଡ଼ ବଡ଼ ସହରକୁ ପରିଷ୍କାର ରଖିବା ପାଇଁ ସହରବାସୀଙ୍କ ନିର୍ବାଚିତ କମିସନର୍ ବା ସଭ୍ୟମାନଙ୍କଦ୍ୱାରା ଗଠିତ ମିଉନିସିପାଲିଟି ପ୍ରତିଷ୍ଠିତ ହୋଇଅଛି ଓ ମଫସଲର ବଡ଼ ବଡ଼ ଗ୍ରାମ ପରିଷ୍କୃତ ରଖିବାପାଇଁ ଜିଲ୍ଲାବୋର୍ଡ଼ଙ୍କ ଅଧୀନତାରେ ଗ୍ରାମବାସୀମାନଙ୍କ ପ୍ରତିନିଧିମାନଙ୍କଦ୍ୱାରା ଇଉନିଅନ୍ କମିଟି ଓ ଇଉନିଅନ ବୋଡ଼ମାନ ଗଠିତ ହୁଏ।] — [ଦ୍ର—ମାନ୍ଦ୍ରାଜ ଆଦି ଅଞ୍ଚଳରେ ଏହି ସମିତିମାନଙ୍କ ନାମ ତାଲୁକା ବୋର୍ଡ଼ ଏହି ବୋର୍ଡ଼୍ମାନ ଡ଼ିଷ୍ଟ୍ରିକ୍ଟବୋଡ଼ ବା ଜିଲ୍ଲାବୋର୍ଡ଼୍ର ଅଧୀନ ଗୋଟିଏ ଜିଲ୍ଲାରେ ଯେତେଗୋଟି ସବ୍ଡିଭିଜନ୍ ବା ମହକୁମା ଥାଏ, ସେହି ଜିଲ୍ଲାବୋର୍ଡ଼୍ ଅଧୀନ ସେତେଗୋଟି ଲୋକାଲବୋର୍ଡ଼ ଥାଏ ଏହି ବୋର୍ଡ଼ମାନ ଜିଲ୍ଲାବୋର୍ଡ଼ର ତତ୍ତ୍ୱାଧୀନତାରେ ଆପଣାର ଇଲାକା ମଧ୍ୟସ୍ଥ କଚ୍ଚା ରାସ୍ତା, ଗ୍ରାମ୍ୟ ରାସ୍ତା, ନଈ ଘାଟ, କାଇନ୍ହାଉସ୍ ଓ ପ୍ରାଥମିକ ବିଦ୍ୟାଳୟମାନଙ୍କ ତନଖି କରନ୍ତି ପୂର୍ବେ ଗଭର୍ଣ୍ଣମେଣ୍ଟ ଏ ବୋର୍ଡ଼ର ମେମ୍ବର ବା ସଭ୍ୟମାନଙ୍କୁ ନିଯୁକ୍ତ କରୁଥିଲେ ବର୍ତ୍ତମାନ ସବଡିଭିଜନର ଭିନ୍ନ ଭିନ୍ନ ଥାନାର କରଦାତାମାନେ ଆପଣାର ପ୍ରତିନିଧିସ୍ୱରୂପ ଜଣେ ବ୍ଯକ୍ତିକୁ ଲୋକାଲ୍ ବୋର୍ଡ଼ର ସଭ୍ୟ ନିର୍ବାଚିତ କରି3ବର୍ଷ ଲେଖାଏଁ ପାଇଁ ପଠାନ୍ତି ଏପରି ସବୁ ଥାନାରୁ ଜଣେ ଜଣେ ମେମ୍ବର ଯାଇ ଲୋକାଲ୍ବୋର୍ଡ଼ ଗଠନ କରନ୍ତି ଏହି ମେମ୍ବରମାନେ ଅପଣା ମଧ୍ୟରୁ ଜଣକୁ ସଭାପତି (ଚେଆରମାନ୍) ଓ ସହକାରୀ ସଭାପତି (ଭାଇସ୍ଚେଆର୍ମାନ୍) ନିର୍ବାଚିତ କରନ୍ତି ସଭାପତି ଓ ସହକାରୀ ସଭାପତି ମାସକୁ ମାସ ସବୁ ମେମ୍ବରମାନଙ୍କୁ ଆହ୍ୱାନ କରି ଗୋଟିଏ ଗୋଟିଏ ମିଟିଙ୍ଗ କରନ୍ତି ଓ ଅଧିକାଂଶ ମେମ୍ବରଙ୍କ ମତ ଅନୁସାରେ ବୋଡ଼ର କାର୍ଯ୍ୟମାନ ଚଳାନ୍ତି ଜିଲ୍ଲା ଓ ସବଡ଼ିଭିଜନର ମଫସଲ ପାଇଁ ଯଥାକ୍ରମେ ଡିଷ୍ଟ୍ରିକ୍ଟବୋର୍ଡ଼ ଓ ଲୋକାଲବୋଡ଼୍ ଗଠିତ ହୋଇଅଛି ବଡ଼ ବଡ଼ ସହରକୁ ପରିଷ୍କାର ରଖିବା ପାଇଁ ସହରବାସୀଙ୍କ ନିର୍ବାଚିତ କମିସନର୍ ବା ସଭ୍ୟମାନଙ୍କଦ୍ୱାରା ଗଠିତ ମିଉନିସିପାଲିଟି ପ୍ରତିଷ୍ଠିତ ହୋଇଅଛି ଓ ମଫସଲର ବଡ଼ ବଡ଼ ଗ୍ରାମ ପରିଷ୍କୃତ ରଖିବାପାଇଁ ଜିଲ୍ଲାବୋର୍ଡ଼ଙ୍କ ଅଧୀନତାରେ ଗ୍ରାମବାସୀମାନଙ୍କ ପ୍ରତିନିଧିମାନଙ୍କଦ୍ୱାରା ଇଉନିଅନ୍ କମିଟି ଓ ଇଉନିଅନ ବୋଡ଼ମାନ ଗଠିତ ହୁଏ]