ଲୋକାଲୋକ Lokāloka
- ସଂ. ବି ( 6 ଷ୍ଠୀ ତତ୍) (ଲୋକ୍ ଧାତୁ= ଦେଖିବା+ ଭାବ. ଅ=ଲୋକ= ଦେଖାଯିବା+ଆଲୋକ= ଅଦର୍ଶନ —ଦେଖା ନ ଯିବା; ସୂର୍ଯ୍ୟକିରଣ ପଡ଼ିବା ଯୋଗୁ ଯହିଁର ଏକପାଖ ଦେଖାଯାଏ ଓ ସୂର୍ଯ୍ୟକିରଣ ନ ପଡ଼ିବା ଯୋଗୁଁ ଯହିଁର ଅପର ପାଖ ଦେଖାଯାଏ ନାହିଁ।) — ସୂର୍ଯ୍ୟକିରଣଦ୍ୱାରା ଏକ ଦିଗ ଆଲୋକିତ ଓ ସୂର୍ଯ୍ୟକିରଣ ନ ପଡ଼ିବାରୁ ଅନ୍ଯ ଏକ ଦିଗ ଅନ୍ଧକାରାଚ୍ଛନ୍ନ ବ୍ରହ୍ମାଣ୍ଡବେଷ୍ଟନକାରୀ ହିନ୍ଦୁପୁରାଣୋକ୍ତ ପର୍ବତମାଳା — A mythological chain of mountains which surrounds the universe and the inner face of which is lighted by sunshine and the outer face is dark for not getting the rays of the sun
- ସଂ. ବି ( 6 ଷ୍ଠୀ ତତ୍) (ଲୋକ୍ ଧାତୁ= ଦେଖିବା+ ଭାବ. ଅ=ଲୋକ= ଦେଖାଯିବା+ଆଲୋକ= ଅଦର୍ଶନ —ଦେଖା ନ ଯିବା; ସୂର୍ଯ୍ୟକିରଣ ପଡ଼ିବା ଯୋଗୁ ଯହିଁର ଏକପାଖ ଦେଖାଯାଏ ଓ ସୂର୍ଯ୍ୟକିରଣ ନ ପଡ଼ିବା ଯୋଗୁଁ ଯହିଁର ଅପର ପାଖ ଦେଖାଯାଏ ନାହିଁ।) — [ଦ୍ର— ଏ ପର୍ବତ ସପ୍ତଦ୍ୱୀପା ପୃଥିବୀକୁ ବେଷ୍ଚନ କରିଥିବା ଓ ସପ୍ତସମୁଦ୍ରର ଶେଷ ସୀମାର ଚାରିପାଖରେ ଘେରି ରହିଥିବା କଥା ପୁରାଣରେ ବର୍ଣ୍ଣିତ ହୋଇଅଛି। ଏ ପର୍ବତମାଳାର ଉପତ୍ୟକା ଦେବତାମାନଙ୍କର କ୍ରୀଡ଼ାସ୍ଥଳ। ବୃତାସୁରକୁ ବଧ କରି ଇନ୍ଦ୍ର ବ୍ରହ୍ମହତ୍ୟା ପାତକଭୀତ ହୋଇ ଏହି ପର୍ବତ ଅତିକ୍ରମ ପୂର୍ବକ ଅନ୍ଧକାର- ମୟ ପ୍ରଦେଶକୁ ପଳାୟନ କରିଥିଲେ।]
- ସଂ. ବି ( 6 ଷ୍ଠୀ ତତ୍) (ଲୋକ୍ ଧାତୁ= ଦେଖିବା+ ଭାବ. ଅ=ଲୋକ= ଦେଖାଯିବା+ଆଲୋକ= ଅଦର୍ଶନ —ଦେଖା ନ ଯିବା; ସୂର୍ଯ୍ୟକିରଣ ପଡ଼ିବା ଯୋଗୁ ଯହିଁର ଏକପାଖ ଦେଖାଯାଏ ଓ ସୂର୍ଯ୍ୟକିରଣ ନ ପଡ଼ିବା ଯୋଗୁଁ ଯହିଁର ଅପର ପାଖ ଦେଖାଯାଏ ନାହିଁ।) — (ବୌଦ୍ଧଗ୍ରନ୍ଥ ମତ) ଚକ୍ରବାଳ — Horizon