ଲେଲିହାନ Lelihāna
- ସଂ. ବିଣ. ପୁଂ.—(ଲେଲିହ ଧାତୁ+କର୍ତ୍ତୃ. ଆନ) — ଜିଭଦ୍ୱାରା ଓଠକୁ ବାରଂବାର ଚାଟୁଥିବା—(କୁକୁର ବିରାଡ଼ିଙ୍କପରି) — Repeated licking the lips with the tongue (said of dogs, cats etc)
- ସଂ. ବିଣ. ପୁଂ.—(ଲେଲିହ ଧାତୁ+କର୍ତ୍ତୃ. ଆନ) — ବାରଂବାର ଚାଟୁଥିବା ବା ଆସ୍ୱାଦନ କରୁଥିବା — Repeatedly tasting or licking a thing
- ସଂ. ବିଣ. ପୁଂ.—(ଲେଲିହ ଧାତୁ+କର୍ତ୍ତୃ. ଆନ) — ଯେ ଜିଭ ଲହ ଲହ କରୁଥାଏ (ସର୍ପାଦି) — Waving the tongue to and fro; lolling the tongue
- ସଂ. ବିଣ. ପୁଂ.—(ଲେଲିହ ଧାତୁ+କର୍ତ୍ତୃ. ଆନ) — (ଉ—ପିଙ୍ଗଳ କେଶେ ଲେଲିହାନ ନାଗମାନେ, ରହି ଗରଜନ କରନ୍ତି ଅବିଚ୍ଛିନ୍ନେ—କୃଷ୍ଣସିଂହ. ମହାଭାରତ, ବନ।)
- ସଂ. ବି — ସର୍ପ — Serpent (Apte)