ଲେଖନ ବୁଲିବା Lekhana bulibā
- ଦେ. ବି — ଲେଖନଦ୍ୱାରା ତାଳପତ୍ର ଉପରେ ଲେଖିବା କାର୍ଯ୍ୟ ଚଳିବା — Act of writing on palm leaf with iron-stylus
- ଦେ. ବି — (ଲକ୍ଷଣାର୍ଥ) ଲେଖକମାନେ କାର୍ଯ୍ୟରେ ବ୍ୟାପୃତ ହେବା — 1. Act of the writers being engaged in writing
- ଦେ. ବି — [ଦ୍ର—ପୂର୍ବକାଳରେ ଜମିଦାରମାନଙ୍କ ସିରସ୍ତାରେ ଲେଖନ ଓ ତାଳପତ୍ରଦ୍ୱାରା ଜମିଦାରିର ହିସାବପତ୍ର ଲେଖାଯାଉଥିବାରୁ କର୍ମଚାରୀମାନେ ସମସ୍ତେ ଲେଖନଦ୍ୱାରା ଲେଖୁଥିଲେ। ଏଥିପାଇଁ କୌଣସି ଜମିଦାରଙ୍କ ଇଲାକାରେ ଯେତେଜଣ କର୍ମଚାରୀ ରହୁଥିଲେ ତାଙ୍କ ସିରସ୍ତାରେ ସେତେଗୋଟି ଲେଖନ ବୁଲୁଥିଲା। ଅମୁକଙ୍କର ପାଞ୍ଚଗୋଟି ଲେଖନ ବୁଲୁଛି ବୋଲି କହିଲେ ବୁଝାଉଥିଲା ଯେ, ତାଙ୍କର ସିରସ୍ତାରେ ଲେଖାପଢ଼ି କାମ କରିବାକୁ ପାଞ୍ଚଜଣ ଲେଖକ ବ୍ୟାପୃତ ଅଛନ୍ତି। ପୁରୀ ଜିଲ୍ଲାର ନିମାପଡ଼ାର ପୂର୍ବତନ ପ୍ରସିଦ୍ଧ କ୍ଷତ୍ରିୟ ଜମିଦାର (ରାଏଟ୍ ସିଂହ)ଙ୍କର ଅନେକ ଭୂସମ୍ପତ୍ତି ଥିବାରୁ ବହୁ ଶତ ଲେଖକ କର୍ମଚାରୀ ତାଙ୍କ ଇଲାକାରେ ନିଯୁକ୍ତ ଥିଲେ; ଏଥିପାଇଁ ଲୋକେ କହୁଥିଲେ ଯେ, ରାଏଟ୍ ସିଂହଙ୍କର ଲକ୍ଷେ ଲେଖନ ବୁଲୁଅଛି, ଅର୍ଥାତ୍ ତାଙ୍କ ଇଲାକାରେ ଲକ୍ଷେ ଲେଖକ ନିଯୁକ୍ତ ଅଛନ୍ତି।]