ଲେକ୍ଚର୍ Lek-char
- ଦେ. ବି (ଇଂ. ଲେକ୍ଚର୍) — ବକ୍ତୃତା — Lecture
- ଦେ. ବି (ଇଂ. ଲେକ୍ଚର୍) — କଲେଜ୍ରେ ପ୍ରୋଫେସର୍— ମାନେ ଛାତ୍ରମାନଙ୍କୁ ପାଠ ପଢ଼ାଇବା ପାଇଁ ଦେବା ବକ୍ତୃତା — Lectures delivered in college- classes by professors
- ଦେ. ବି (ଇଂ. ଲେକ୍ଚର୍) — [ଦ୍ର— ଆଇନ୍ ପରୀକ୍ଷା ଓ ବିଶ୍ୱବିଦ୍ୟାଳୟର ଉଚ୍ଚ ଉପାଧି ପରୀକ୍ଷା ଦେବା ନିମନ୍ତେ କଲେଜରେ ନିମ୍ନ ସୀମାର ନିର୍ଦ୍ଦିଷ୍ଟ ସଂଖ୍ୟକ ଲେକଚର୍ ଦିଆଯିବା ସମୟରେ ଛାତ୍ରମାନଙ୍କର ଉପସ୍ଥିତ ହେବାର ବିଧାନ ଅଛି। ଯେଉଁ ଛାତ୍ର କ୍ଲାସ୍ରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଲେକ୍ଚର୍ ଶୁଣି ନ ଥିବେ, ସେ ପରୀକ୍ଷାରେ ଉପସ୍ଥିତ ହୋଇ ପାରିବେ ନାହିଁ। କ୍ଳାସ୍ରେ ଛାତ୍ର ଯେଉଁ ଯେଉଁ ବିଷୟରେ ଲେକ୍ଚର୍ ଶୁଣନ୍ତି, ସେହି ସେହି ବିଷୟ ଅନୁସାରେ ଲେକଚର୍ମାନଙ୍କ ନାମ ହୁଏ। ଯଥା—ଲଅ(ଲ) ଲେକ୍ଚର୍ — Law lecture.ସାଏନ୍ସ୍ ଲେକ୍ଚର୍—Science lecture.ବୋ(ବ)ଟାନୀଲେକ୍ଚର୍—Botany lecture.କେମିଷ୍ଟ୍ରି ଲେକ୍ଚର୍—Chemistry lecture.]