ଲେଉଟିବା Leuṭibā
- ଦେ. କ୍ରି (ସଂ. ନିବର୍ତ୍ତନ) — ଓଲଟିବା; ବିପର୍ଯ୍ୟସ୍ତ ହେବା — To be upturned
- ଦେ. କ୍ରି (ସଂ. ନିବର୍ତ୍ତନ) — ବାହୁଡ଼ିବା; କୌଣସି ସ୍ଥାନରୁ ଫେରିବା ବା ପ୍ରତ୍ୟାବର୍ତ୍ତନ କରିବା — To come back; to return
- ଦେ. କ୍ରି (ସଂ. ନିବର୍ତ୍ତନ) — [ଉ—ଭୀମଙ୍କର ବଚନେ ପୁରେ ଲେଉଟିଲା—କୃଷ୍ଣସିଂହ, ମହାଭାରତ, ସଭା।]
- ଦେ. କ୍ରି (ସଂ. ନିବର୍ତ୍ତନ) — ଶରୀରର ଅବସ୍ଥାନକୁ ପରିବର୍ତ୍ତନ କରିବା; କଡ଼ ଲେଉଟାଇବା — To change one's position or sides
- ଦେ. କ୍ରି (ସଂ. ନିବର୍ତ୍ତନ) — (ଉ—ଶୟନେ ଲେଉଟୁ ନାହିଁ ବିଚ୍ଛେଦ ଆଶେ—ପ୍ରାଚୀ, ଶିଶୁଶଙ୍କର, ଉଷାଅଭିଳାଷ।)
- ଦେ. କ୍ରି (ସଂ. ନିବର୍ତ୍ତନ) — ମନୁଷ୍ୟ ଯେଉଁ ଦିଗକୁ ମୁହଁକରି ଯାଉ ଥାଏ ସେ ଆଡ଼କୁ ପିଠି କରିବା; ମୁହଁ ଫେରାଇବା; ପଛକୁ ଫେରିବା; ବୁଲିପଡ଼ିବା — To turn back; to turn back one's face
- ଦେ. କ୍ରି (ସଂ. ନିବର୍ତ୍ତନ) — (ମାଛ ପାଣିରେ) ମାରିହୋଇ ଏ ପାଖ ସେ ପାଖ ହେବା — To turn on the sides in water (said of fishes)
- ଦେ. କ୍ରି (ସଂ. ନିବର୍ତ୍ତନ) — (ଛାଡ଼ିଯାଇଥିବା ଜର ଓ ରୋଗ ଆଦି) ପୁନରପି ଘଟିବା — To relapse; to revert
- ଦେ. କ୍ରି (ସଂ. ନିବର୍ତ୍ତନ) — (ମକଦ୍ଦମା) ପୁନର୍ବିଚାର ନିମନ୍ତେ ନିମ୍ନ ଅଦାଲତକୁ ପଠାଯିବା — (Case) To be remanded; to be sent back to the lower court for retrial
- ଦେ. କ୍ରି (ସଂ. ନିବର୍ତ୍ତନ) — ମଲା ପରେ ପୁଣି ସଂସାରରେ ଜନ୍ମ ହେବା — To revert to the world by rebirth after death; to be reborn after death
- ଦେ. କ୍ରି (ସଂ. ନିବର୍ତ୍ତନ) — ନିଆଁ ଉପରେ ଦୁଧ, ଭାତ ଆଦି ଫୁଟି ଏ ପାଖ ସେ ପାଖ ଓଲଟିବା — To turn (said of boiling rice or milk.)
- ଦେ. କ୍ରି (ସଂ. ନିବର୍ତ୍ତନ) — (କଥା) ପରିବର୍ତ୍ତିତ ହେବା — To be changed