ଲୂତାତନ୍ତୁ ନ୍ୟାୟ Lūtātantu nyāya
- ସଂ. ବି — ମାକଡ଼ସା ଯେଉଁ ପରି ନିଜ ଦେହରୁ ସୂତା ବାହାର କରି, ଜାଲବୁଣି, ପୁଣି ସଂହରଣ କରେ ବା ଗିଳିଯାଏ ସେହିପରି ନ୍ଯାୟ (ଏ ବ୍ରହ୍ମାଣ୍ଡକୁ ଈଶ୍ୱର ନିଜ ଦେହରୁ ଉତ୍ପାଦନ କରନ୍ତି ପୁଣି ପ୍ରଳୟକାଳରେ ଏ ସୃଷ୍ଟିକୁ ଆପଣାର ଗର୍ଭରେ ପୂରାନ୍ତି ବା ବିନାଶ କରନ୍ତି। ଏହି ପ୍ରକ୍ରିୟାକୁ ହିନ୍ଦୁ ଶାସ୍ତ୍ରକାରମାନେ 'ଲୂତାତନ୍ତୁ' ନ୍ଯାୟ ତୁଳନା କରି ଅଛନ୍ତି) — An analogy of God's creating the world and dissolving it like the spider weaving the cobweb out of its body and again drawing it in or destroying it
- ଦେ. ବି — ମାକଡ଼ସା ଜାଲ ବୁଣି ମାଛି ମଶା ପୋକଆଦି ଜୀବଙ୍କୁ ଅପେକ୍ଷା କରି ଛକିକରି ରହିଥାଏ ଓ ସେ ଜାଲରେ ମାଛିଆଦି ଆସି ଅଟକି ଗଲେ ସେ ଉକ୍ତ ଜାଲରେ ଛନ୍ଦଣି ମନ୍ଦଣି ହୋଇଯାଏ ଓ ସେ ଜାଲରୁ ମୁକୁଳିବାକୁ ଯେତିକି ଛଟପଟ ହୋଇଥାଏ ତା ଦେହରେ ଜାଲ ସେତିକି ଦୃଢ଼ ହୋଇ ଗୁଡ଼ାଇ ହୋଇ ଯାଉଥାଏ ଓ ଶେଷରେ ସେ ମାଛି ବୁଢ଼ିଆଣି ଜାଲ ଭିତରେ ବାନ୍ଧି ହୋଇ ମାକଡ଼ସାର ଆହାରରେ ପରିଣତ ହୁଏ, ସେହିପରି ନ୍ଯାୟ — Like a fly involved in a spider's web