ଲୁଚିକାଳି Luchikāḻi

  • ଦେ. ବି [ସଂ. ଲୁକ୍ ଧାତୁ] — ଶିଶୁମାନଙ୍କର ଏକ ପ୍ରକାର ଖେଳ — The children's game hide and seek
  • ଦେ. ବି [ସଂ. ଲୁକ୍ ଧାତୁ] — [ଉ—ଲୁଚକାଳି କିବା ଖେଳଇ ତାରକା ଶାରଦ ଘନେ। ରାଧାନାଥ. ଉଷା।]
  • ଦେ. ବି [ସଂ. ଲୁକ୍ ଧାତୁ] — [ଦ୍ର—ଏ ଖେଳରେ ପ୍ରଥମେ ଭାଗ୍ୟ ପରୀକ୍ଷାଦ୍ୱାରା ଜଣକୁ 'ଚୋର' କରାଯାଏ। ଆଉ ଜଣେ ବୁଢ଼ିଆଣୀ ବା ବୁଢ଼ୀ ମାଉସୀ ହୁଏ। ବୁଢ଼ୀମାଉସୀ ଚୋରର ଆଖିକୁ ବୁଜି ଧରେ; ଇତ୍ୟବସରେ ଅନ୍ଯ ଶିଶୁମାନେ ନିକଟବର୍ତ୍ତୀ ସ୍ଥାନରେ ଲୁଚି ଯାଆନ୍ତି। ଚୋରର ଆଖି ଫିଟାଯିବା ପରେ ଚୋର ସେମାନଙ୍କୁ ଖୋଜି ବୁଲେ। ଚୋର ଲୁଚିଥିବା ପିଲାମାନଙ୍କୁ ଖୋଜୁଥିବା ସମୟରେ ସେମାନେ ଗୋଟି ଗୋଟି ହୋଇ ଚୋରକୁ ଲୁଚି ଲୁଚି ଆସି ବୁଢ଼ୀଆଣିକୁ ଛୁଇଁ ଦେଇ ନିଶ୍ଚିନ୍ତ ହୁଅନ୍ତି। ସେମାନଙ୍କ ମଧ୍ୟରୁ ଯେଉଁ ପିଲା ବୁଢ଼ିଆଣୀକୁ ଛୁଇଁ ପକାଇବା ପୂର୍ବରୁ ଚୋରର ହାବୁଡ଼େ ପଡ଼ିଯାଏ, ସେହି ପିଲାଟି 'ଚୋର' ହୁଏ ଏବଂ ସେ 'ଚୋର' ପ୍ରତି ପୁଣି ପୂର୍ବକଥିତ ବିଧି ଚାଲେ।