ଲୀଳାବତୀ Līḻābatī

  • ସଂ. ବିଣ. ସ୍ତ୍ରୀ — ବିଳାସବତୀ — Sportful (woman); playful
  • ସଂ. ବିଣ. ସ୍ତ୍ରୀ — ଶୃଙ୍ଗାରଭାବ ଚେଷ୍ଟାନ୍ୱିତା — Dallying; exhibiting amorous symptoms; lascivious
  • ବି. ସ୍ତ୍ରୀ — ନ୍ଯାୟଗ୍ରନ୍ଥ ବିଶେଷ — Name of Sanscrit work on logic
  • ବି. ସ୍ତ୍ରୀ — ଏକ ଜାତୀୟ ବେଶ୍ୟା — Name of a class of prostitutes
  • ବି. ସ୍ତ୍ରୀ — (ନାମ) ପ୍ରସିଦ୍ଧ ଜ୍ୟୋତିଷାଚାର୍ଯ୍ୟ ଭାଷ୍କରାଚାର୍ଯ୍ୟଙ୍କ କନ୍ଯା (ବା କାହାରି କାହାରି ମତରେ ପତ୍ନୀ) — Name of the daughter (or wife according to some) of the great Indian astronomer Bhāskarāchārj̄ya
  • ବି. ସ୍ତ୍ରୀ — [ଦ୍ର—କଥିତ ଅଛି ଯେ, ଲୀଳାବତୀ ଭାସ୍କରାଚାର୍ଯ୍ୟଙ୍କ ଏକମାତ୍ର କନ୍ଯା ଥିବାରୁ ପିତା ତାଙ୍କୁ ଅତି ଆଦର ଓ ସ୍ନେହରେ ବଢ଼ାଇଥିଲେ। ଭାସ୍କରାଚାର୍ଯ୍ୟ ଅଦ୍ୱିତୀୟ ଜ୍ୟୋତିଃଶାସ୍ତ୍ରବେତ୍ତା ଥିଲେ। ସେ ଲୀଳାବତୀଙ୍କ ଜନ୍ମ ପତ୍ରିକାକୁ ଗଣନା କରି ଦେଖିଲେ ଯେ ଲୀଳାବତୀ ପତି— ପୁତ୍ର ବିହୀନା ହେବେ। ଏଥିପାଇଁ ସେ ସ୍ଥିର କଲେ, କନ୍ୟାକୁ ସେ ଏପରି ଶୁଭ ଲଗ୍ନରେ ବିବାହ ଦେବେ ଯେ, କନ୍ଯା ବିଧବା ହେବେ ନାହିଁ ଓ ସନ୍ତାନବତୀ ହୋଇ ପାରିବେ। ବହୁ ଗଣନା ପରେ ଗୋଟିଏ ଶୁଭଲଗ୍ନ ସ୍ଥିର କରି ସେ ଲୀଳାବତୀଙ୍କ ପାଇଁ ବର ଠିକ୍ କଲେ। ଏଣେ ବିବାହର ଲଗ୍ନ (ଶୁଭ ମୁହୂର୍ତ୍ତ) ନିର୍ଣ୍ଣୟାର୍ଥ ଗୋଟିଏ ସଛିଦ୍ର ପାତ୍ର ଜଳ ଉପରେ ଭସାଇ ଦେଲେ ଓ ଗଣନାଦ୍ୱାରା ସ୍ଥିର କଲେ ଯେ ଛିଦ୍ରବାଟେ ପାଣି ପଶି ପାତ୍ରଟି ପୂର୍ଣ୍ଣ ହୋଇ ବୁଡ଼ିଯିବା ମୁହୂର୍ତ୍ତରେ ପାଣିଗ୍ରହଣ ପାଇଁ ନିର୍ଦ୍ଦିଷ୍ଟ ଶୁଭକ୍ଷଣ ଉପସ୍ଥିତ ହେବ। କିନ୍ତୁ ଦୈବର ଗତି ଅତି ବିଚିତ୍ର। ଲୀଳାବତୀ ବାଳସ୍ୱଭାବ ବଶତଃ ସେହି ଭାସମାନ ଜଳପାତ୍ର ଉପରେ ମସ୍ତକ ଅବନତ କରି ସେହି ପାତ୍ର ମଧ୍ୟକୁ ଛିଦ୍ର ବାଟେ ପଶୁଥିବା ଜଳକୁ ଚାହିଁ ବସିଲେ। ଏହି ସମୟରେ ଦେଖାଗଲା ଯେ ବେଳ ବହୁତ ଉଛୁର ହେଲାଣି, ଅର୍ଥାତ୍ ପାତ୍ରଟି ଜଳପୂର୍ଣ୍ଣ ହେଲା ନାହିଁ ବା ବୁଡ଼ିଲା ନାହିଁ ଓ ପୂର୍ବରୁ ସ୍ଥିରୀକୃତ ବିବାହ ଲଗ୍ନଟି ଗଡ଼ିଗଲା। ଏହା ଦେଖି ଭାସ୍କରାଚାର୍ଯ୍ୟ ବିଳମ୍ବର କାରଣ ଅନୁସନ୍ଧାନ କରି ଦେଖିଲେ ଯେ ଲୀଳାବତୀ ସେ ପାତ୍ର ଉପରେ ମୁଣ୍ଡକୁ ନୁଆଇଁ ଚାହିଁବାବେଳେ ତାଙ୍କ ଲଲାଟର ଅଳଙ୍କାର (ଅଳକା)ରୁ ଗୋଟିଏ ମୁକ୍ତା ଝଡ଼ି ପଡ଼ି ଅଜ୍ଞାତ ଭାବରେ ସେହି ପାତ୍ରର ଛିଦ୍ରକୁ ବନ୍ଦ କରିଥିବାରୁ ପାତ୍ରଟି ନିୟମିତ ସମୟରେ ଜଳପୂର୍ଣ୍ଣ ହେଲା ନାହିଁ, ଫଳତଃ ବିବାହ ଲଗ୍ନଟି ଅତୀତ ହୋଇଗଲା। ଭାସ୍କରାଚାର୍ଯ୍ୟ ଏହା ଦେଖି ବିଷଣ୍ଣ ହେଲେ ଓ ଦୈବବିଧାନ ଅନିବାର୍ଯ୍ୟ, ଏହା ବିଚାର କରି କନ୍ୟାଙ୍କୁ ଲଗ୍ନ ଗଡ଼ିଯିବା ପରେ ସେ ଦିନ ବିବାହ ଦେଲେ। କିଛିଦିନ ପରେ କନ୍ଯା ବିଧବା ହେଲେ। ତତ୍ପରେ ଭାସ୍କରାଚାର୍ଯ୍ୟ ଅତି ଯତ୍ନ ସହକାରେ ଲୀଳାବତୀଙ୍କୁ ପାଟୀଗଣିତ ଓ ବୀଜଗଣିତ ଶାସ୍ତ୍ର ଶିକ୍ଷା ଦେଲେ ଓ ଲୀଳା— ବତୀଙ୍କ ନାମକୁ ଚିରସ୍ମରଣୀୟ କରିବା ସକାଶେ ସ୍ୱପ୍ରଣୀତ ସିଦ୍ଧାନ୍ତ ଶିରୋମଣି ନାମକ ଗ୍ରନ୍ଥର ପାଟିଗଣିତ ବିଷୟକ ପ୍ରଥମ ଅଧ୍ୟାୟଟିକୁ 'ଲୀଳାବତୀ' ନାମ ଦେଲେ। କେହି କେହି କହନ୍ତି ଯେ ଭାସ୍କରାଚାର୍ଯ୍ୟଙ୍କ ଦ୍ୱାରା ଉପଦିଷ୍ଟା ହୋଇ ଲୀଳାବତୀ ଏ ଗ୍ରନ୍ଥ ରଚନା କରିଥିଲେ।
  • ବି. ସ୍ତ୍ରୀ — (ସୁବଳଚନ୍ଦ୍ର. ବଙ୍ଗଳା ଅଭିଧାନ) କେହି କେହି କହନ୍ତି ଲୀଳାବତୀ ଭାସ୍କରଙ୍କ ବିଧବା କନ୍ଯା। ପୁଣି କେହି କେହି କହନ୍ତି ଲୀଳାବତୀ ତାଙ୍କ ସ୍ତ୍ରୀ ଓ ସ୍ତ୍ରୀଙ୍କ ମନୋରଞ୍ଜନାର୍ଥ ଭାସ୍କର 'ଲୀଳାବତୀ' ରଚନା କରି- ଥିଲେ। କିନ୍ତୁ ଉକ୍ତ ଗ୍ରନ୍ଥର ସ୍ଥାନେ ସ୍ଥାନେ ବ୍ଯବହୃତ 'ବାଳେ' ବାଳ କୁରଙ୍ଗ ଲୋଳନୟନେ।' 'ସଖି' ଆଦି ସମ୍ବୋଧନ ଆପଣା କନ୍ଯା ପ୍ରତି ଓ 'ବତ୍ସେ' ଓ 'ଗଣକା' ଆପଣାର ସ୍ତ୍ରୀ ପ୍ରତି ବ୍ଯବହୃତ ହେବା ଅସମ୍ଭବ। ଯାଗେଶଚନ୍ଦ୍ର. ଆମାଦେର ଜ୍ୟୋତିଷୀ।
  • ବି. ସ୍ତ୍ରୀ — ଭାସ୍କରାଚାର୍ଯ୍ୟ ରଚିତ ପାଟୀଗଣିତ ଓ ବୀଜଗଣିତ ସମ୍ବନ୍ଧୀୟ ପ୍ରସିଦ୍ଧ ଗ୍ରନ୍ଥ ସିଦ୍ଧାନ୍ତ ଶିରୋମଣିର ପ୍ରଥମ ଅଧ୍ୟାୟର ନାମ — Title of the first chapter of a famous work on algebra and arithmetic named Siddhāntaṡiromaṇi by Bhāskarāchārj̄ya
  • ବି. ସ୍ତ୍ରୀ — [ଦ୍ର— ଏ ଗ୍ରନ୍ଥରେ ଭାସ୍କରା- ଚାର୍ଯ୍ୟ ଲୀଳାବତୀଙ୍କ ପ୍ରଶ୍ନର ଉତ୍ତର ଛଳରେ ପାଟୀଗଣିତର ଗୁଡ଼ିଏ ଜଟିଳ ସମସ୍ୟା ସୂତ୍ରମାନଙ୍କଦ୍ୱାରା ସମାଧାନ କରିଅଛନ୍ତି।]
  • ବି. ସ୍ତ୍ରୀ — ସମ୍ପୂର୍ଣ୍ଣ ଜାତିର ଏକ ରାଗିଣୀ — Name of a secondary tune in Hindu music
  • ବି. ସ୍ତ୍ରୀ — [ଦ୍ର—ଏଥିରେ ସବୁ ଶୁଦ୍ଧସ୍ୱର ଲାଗେ। ଏ ରାଗିଣୀ ଲଳିତ, ଜୟତଶ୍ରୀ ଓ ଦେଶକାର ରାଗିଣୀମାନଙ୍କ ମିଶ୍ରଣରେ ଉତ୍ପନ୍ନ। କେହି କେହି ଏହାକୁ ଦୀପକ ରାଗର ପୁତ୍ରବଧୂ କହନ୍ତି—ହି. ଶ)
  • ବି. ସ୍ତ୍ରୀ — ସଂସ୍କୃତ ଛନ୍ଦୋବିଶେଷ — Name of a Sanscrit meter