ଲିଚି Lichi

  • ବୈଦେ. ବି. (ଚୀନ ଦେଶୀୟ ଭାଷା 'ଲିଚି') — ଚୀନ୍ ଦେଶରୁ ଏ ଦେଶକୁ ଆନୀତ ହୋଇ ସୁଖାଦ୍ୟ ଫଳ ଉତ୍ପାଦନ କରୁଥିବା ଏକ ପ୍ରକାର ବୃକ୍ଷ ଓ ତହିଁର ସୁଖାଦ୍ୟ ଫଳ — Lichi fruit and tree; Nephelium Litchi; Scytalia Litchi
  • ବୈଦେ. ବି. (ଚୀନ ଦେଶୀୟ ଭାଷା 'ଲିଚି') — [ଦ୍ର— ଏହି ଫଳର ଉପରେ କ୍ଷୁଦ୍ର କୋମଳ କଣ୍ଟାଯୁକ୍ତ ଚୋପା ଥାଏ ଓ ଚୋପା ତଳେ କୋମଳ ଶୁକ୍ଳ ସୁଖାଦ୍ୟ ଶସ ଥାଏ; ତହିଁ ମଧ୍ୟରେ କଳା ମଞ୍ଜି ଥାଏ। ଏ ଫଳ ପାଚିଲେ ନାଲି ହୁଏ ଓ ଏହାର ସୁଖାଦ୍ୟ ଶସ ଧଳା; ସ୍ଥାନଗୁଣରେ ଏହି ଶସ ସୁସ୍ୱାଦୁ ବା ଅସ୍ୱାଦୁ ହୁଏ। ଆସାମ, ବଙ୍ଗଦେଶ ଓ ସାହାରନ୍ପୁରରେ ଏହି ଫଳ ଉତ୍କୃଷ୍ଟ ହୁଏ। ଏ ଫଳ ବସନ୍ତ କାଳରେ ଫଳେ। ଏହାର ପତ୍ର ଆମ୍ବପତ୍ର ପରି, କିନ୍ତୁ ଛୋଟ। ଏହି ଗଛ ଆମ୍ବ ଗଛପରି ବଉଳ ଧରେ।]