ଲିଙ୍ଗ Liṇga
- ସଂ. ବି (ଲିଙ୍ଗ୍ ଧାତୁ+କର୍ତ୍ତୃ. ଅ) — ଚିହ୍ନ; ନିଦର୍ଶନ; ସୂଚନ — Mark; indication; token; symbol; emblem; indication
- ସଂ. ବି (ଲିଙ୍ଗ୍ ଧାତୁ+କର୍ତ୍ତୃ. ଅ) — [ଦ୍ର—ନ୍ଯାୟଦର୍ଶନ ମତରେ ଲିଙ୍ଗ 4 ଶ୍ରେଣୀରେ ବିଭକ୍ତ। ଯଥା— ସଂବଦ୍ଧ—ଯଥା, ଧୂମ ଅଗ୍ନିର ଲିଙ୍ଗ ଅଟେ। ନ୍ୟସ୍ତ— ଯଥା, ଶିଙ୍ଘ ଗାଈର ଲିଙ୍ଗ। ସହବର୍ତ୍ତା—ଯଥା, ଭାଷା ମନୁଷ୍ୟର ଲିଙ୍ଗ। ବିପରୀତ—ଯଥା, ଭଲ ମନ୍ଦ ସଙ୍ଗେ ଥାଏ—ହି. ଶ.।] — [ଦ୍ର—ନ୍ଯାୟଦର୍ଶନ ମତରେ ଲିଙ୍ଗ4ଶ୍ରେଣୀରେ ବିଭକ୍ତ ଯଥା— ସଂବଦ୍ଧ—ଯଥା, ଧୂମ ଅଗ୍ନିର ଲିଙ୍ଗ ଅଟେ ନ୍ୟସ୍ତ— ଯଥା, ଶିଙ୍ଘ ଗାଈର ଲିଙ୍ଗ ସହବର୍ତ୍ତା—ଯଥା, ଭାଷା ମନୁଷ୍ୟର ଲିଙ୍ଗ ବିପରୀତ—ଯଥା, ଭଲ ମନ୍ଦ ସଙ୍ଗେ ଥାଏ—ହି. ଶ.]
- ସଂ. ବି (ଲିଙ୍ଗ୍ ଧାତୁ+କର୍ତ୍ତୃ. ଅ) — ହେତୁ; କାରଣ — Cause
- ସଂ. ବି (ଲିଙ୍ଗ୍ ଧାତୁ+କର୍ତ୍ତୃ. ଅ) — ମହାଦେବଙ୍କ ବିଗ୍ରହ: ଶିବଙ୍କର ମୂର୍ତ୍ତିବିଶେଷ — The phallic emblem of God Ṡiba
- ସଂ. ବି (ଲିଙ୍ଗ୍ ଧାତୁ+କର୍ତ୍ତୃ. ଅ) — [ଦ୍ର— 1 । ଏହା ମୁଖ ହସ୍ତାଦି ଅଙ୍ଗବିବର୍ଜିତ ଲମ୍ବ ପ୍ରସ୍ତର ବା ଧାତୁଖଣ୍ଡ ଓ ଏହା ଶକ୍ତି ମଧ୍ୟସ୍ଥ ଗର୍ତ୍ତରେ ପ୍ରୋଥିତ ହୋଇଥାଏ। ମହାଦେବଙ୍କର ମୂର୍ତ୍ତି ଲିଙ୍ଗ (ଉପସ୍ଥ) ରୂପରେ ଓ ପାର୍ବତୀଙ୍କ ମୂର୍ତ୍ତି ଶକ୍ତି (ଯୋନି) ରୂପରେ ପ୍ରତିଷ୍ଠିତ ହୁଏ। ଉକ୍ତ ଶକ୍ତି ଓ ଲିଙ୍ଗ ମୂର୍ତ୍ତିଦ୍ୱୟ (ପ୍ରକୃତି ଓ ପୁରୁଷ) ଦ୍ୱାରା ବ୍ରହ୍ମାଣ୍ଡର ସୃଷ୍ଟି ସୂଚିତ ହୁଏ। — [ଦ୍ର—1 ଏହା ମୁଖ ହସ୍ତାଦି ଅଙ୍ଗବିବର୍ଜିତ ଲମ୍ବ ପ୍ରସ୍ତର ବା ଧାତୁଖଣ୍ଡ ଓ ଏହା ଶକ୍ତି ମଧ୍ୟସ୍ଥ ଗର୍ତ୍ତରେ ପ୍ରୋଥିତ ହୋଇଥାଏ ମହାଦେବଙ୍କର ମୂର୍ତ୍ତି ଲିଙ୍ଗ (ଉପସ୍ଥ) ରୂପରେ ଓ ପାର୍ବତୀଙ୍କ ମୂର୍ତ୍ତି ଶକ୍ତି (ଯୋନି) ରୂପରେ ପ୍ରତିଷ୍ଠିତ ହୁଏ ଉକ୍ତ ଶକ୍ତି ଓ ଲିଙ୍ଗ ମୂର୍ତ୍ତିଦ୍ୱୟ (ପ୍ରକୃତି ଓ ପୁରୁଷ) ଦ୍ୱାରା ବ୍ରହ୍ମାଣ୍ଡର ସୃଷ୍ଟି ସୂଚିତ ହୁଏ
- ସଂ. ବି (ଲିଙ୍ଗ୍ ଧାତୁ+କର୍ତ୍ତୃ. ଅ) — ପୂର୍ବେ ପଞ୍ଚମୁଖଯୁକ୍ତ ନରବିଗ୍ରହରୂପେ ଶିବ ପୂଜା ପାଉଥିଲେ। ଖ୍ରୀଷ୍ଟୀୟ 1 ମ ଓ 2 ୟ ଶତାବ୍ଦୀରେ ଲିଙ୍ଗ— ବିଗ୍ରହର ପୂଜା ଭାରତରେ ଅନାର୍ଯ୍ୟମାନଙ୍କଠାରୁ ଅଣାଯାଇ ହିନ୍ଦୁ ଧର୍ମର ଅଙ୍ଗୀଭୂତ କରାଯାଇଅଛି—(ହରପ୍ରସାଦ ଶାସ୍ତ୍ରୀଙ୍କ ଗବେଷଣା)। ଲିଙ୍ଗ ପୁରାଣରେ ଲେଖାଅଛି ଯେ ଶିବଙ୍କର ଦୁଇ ରୂପ; ଅଲିଙ୍ଗ ଓ ଲିଙ୍ଗ। ନିଷ୍କ୍ରିୟ ଓ ନିର୍ଗୁଣ ଶିବ ଅଲିଙ୍ଗ ଅଟନ୍ତି। ଜଗତ୍କାରଣରୂପ ଶିବ ଲିଙ୍ଗ ଅଟନ୍ତି। ଅଲିଙ୍ଗ ଶିବଙ୍କଠାରୁ ଲିଙ୍ଗ ଶିବଙ୍କର ଉତ୍ପତ୍ତି। ଶିବଙ୍କୁ ଲିଙ୍ଗୀ ବୋଲାଯାଏ। ଅତଏବ ଲିଙ୍ଗ ବା ପ୍ରକୃତି ଶିବଙ୍କରହିଁ ଅଟେ। ଏରୂପେ ଲିଙ୍ଗ ଜଗତ୍କାରଣରୂପ ଶିବଙ୍କ ପ୍ରତୀକ ଅଟେ। ପ୍ରାଚୀନ ମିଶର, ଆରବ, ୟହୂଦା, ୟୁନାନ୍, ରୋମ୍ ଆଦି ଦେଶରେ ଜଗତ୍କାରଣରୂପେ ଦେବତାଙ୍କର ବା ଈଶ୍ୱରଙ୍କ ଉପାସନା ପାଇଁ 'ଲିଙ୍ଗ'ର ମୂର୍ତ୍ତି ଗୃହୀତ ହେଉଥିଲା। ପ୍ରାଚୀନ ୟୂନାନୀମାନେ ଲିଙ୍ଗକୁ ଲାଟିନ୍ ଫାଲସ୍ (phallus) କହୁଥିଲେ। ୟୁହୁଦୀମାନେ ବାଆଲ୍ (Baal) ଦେବତାଙ୍କ ପ୍ରତିଷ୍ଠା ଲିଙ୍ଗ— ରୂପରେ କରିଥିଲେ। ପ୍ରାଚୀନ ବାଲୋନିଆର ଭଗ୍ନାବଶେଷରୁ ମନ୍ଦିରମାନଙ୍କ ମଧ୍ୟରୁ ଅନେକ ଲିଙ୍ଗ ମିଳି ଅଛନ୍ତି; ଏ ଲିଙ୍ଗମାନ ଭାରତୀୟମାନଙ୍କ ଶିବଲିଙ୍ଗ ପରି। କିନ୍ତୁ ପ୍ରାଚୀନ ଆର୍ଯ୍ୟମାନଙ୍କ ମଧ୍ୟରେ ଲିଙ୍ଗରୂପୀ ଶିବଙ୍କ ଉପାସନାର ସୂଚନା ମିଳେ ନାହିଁ। ବୈଦିକ କାଳରେ କେତେକ ଅନାର୍ଯ୍ୟ ଜାତିଙ୍କ ମଧ୍ୟରେ ଲିଙ୍ଗ ପୂଜା ପ୍ରଚଳିତ ଥିଲା। ଅନାର୍ଯ୍ୟ ଜାତିଙ୍କର ଶିଶ୍ନ— ଦେବାଃ ରୂପେ ଗୋଟିଏ ନାମ ବେଦ ମନ୍ତ୍ରରେ ଅଛି—ହି. ଶ] — ପୂର୍ବେ ପଞ୍ଚମୁଖଯୁକ୍ତ ନରବିଗ୍ରହରୂପେ ଶିବ ପୂଜା ପାଉଥିଲେ ଖ୍ରୀଷ୍ଟୀୟ1ମ ଓୟ ଶତାବ୍ଦୀରେ ଲିଙ୍ଗ— ବିଗ୍ରହର ପୂଜା ଭାରତରେ ଅନାର୍ଯ୍ୟମାନଙ୍କଠାରୁ ଅଣାଯାଇ ହିନ୍ଦୁ ଧର୍ମର ଅଙ୍ଗୀଭୂତ କରାଯାଇଅଛି—(ହରପ୍ରସାଦ ଶାସ୍ତ୍ରୀଙ୍କ ଗବେଷଣା) ଲିଙ୍ଗ ପୁରାଣରେ ଲେଖାଅଛି ଯେ ଶିବଙ୍କର ଦୁଇ ରୂପ; ଅଲିଙ୍ଗ ଓ ଲିଙ୍ଗ ନିଷ୍କ୍ରିୟ ଓ ନିର୍ଗୁଣ ଶିବ ଅଲିଙ୍ଗ ଅଟନ୍ତି ଜଗତ୍କାରଣରୂପ ଶିବ ଲିଙ୍ଗ ଅଟନ୍ତି ଅଲିଙ୍ଗ ଶିବଙ୍କଠାରୁ ଲିଙ୍ଗ ଶିବଙ୍କର ଉତ୍ପତ୍ତି ଶିବଙ୍କୁ ଲିଙ୍ଗୀ ବୋଲାଯାଏ ଅତଏବ ଲିଙ୍ଗ ବା ପ୍ରକୃତି ଶିବଙ୍କରହିଁ ଅଟେ ଏରୂପେ ଲିଙ୍ଗ ଜଗତ୍କାରଣରୂପ ଶିବଙ୍କ ପ୍ରତୀକ ଅଟେ ପ୍ରାଚୀନ ମିଶର, ଆରବ, ୟହୂଦା, ୟୁନାନ୍, ରୋମ୍ ଆଦି ଦେଶରେ ଜଗତ୍କାରଣରୂପେ ଦେବତାଙ୍କର ବା ଈଶ୍ୱରଙ୍କ ଉପାସନା ପାଇଁ 'ଲିଙ୍ଗ'ର ମୂର୍ତ୍ତି ଗୃହୀତ ହେଉଥିଲା ପ୍ରାଚୀନ ୟୂନାନୀମାନେ ଲିଙ୍ଗକୁ ଲାଟିନ୍ ଫାଲସ୍ (phallus) କହୁଥିଲେ ୟୁହୁଦୀମାନେ ବାଆଲ୍ (Baal) ଦେବତାଙ୍କ ପ୍ରତିଷ୍ଠା ଲିଙ୍ଗ— ରୂପରେ କରିଥିଲେ ପ୍ରାଚୀନ ବାଲୋନିଆର ଭଗ୍ନାବଶେଷରୁ ମନ୍ଦିରମାନଙ୍କ ମଧ୍ୟରୁ ଅନେକ ଲିଙ୍ଗ ମିଳି ଅଛନ୍ତି; ଏ ଲିଙ୍ଗମାନ ଭାରତୀୟମାନଙ୍କ ଶିବଲିଙ୍ଗ ପରି କିନ୍ତୁ ପ୍ରାଚୀନ ଆର୍ଯ୍ୟମାନଙ୍କ ମଧ୍ୟରେ ଲିଙ୍ଗରୂପୀ ଶିବଙ୍କ ଉପାସନାର ସୂଚନା ମିଳେ ନାହିଁ ବୈଦିକ କାଳରେ କେତେକ ଅନାର୍ଯ୍ୟ ଜାତିଙ୍କ ମଧ୍ୟରେ ଲିଙ୍ଗ ପୂଜା ପ୍ରଚଳିତ ଥିଲା ଅନାର୍ଯ୍ୟ ଜାତିଙ୍କର ଶିଶ୍ନ— ଦେବାଃ ରୂପେ ଗୋଟିଏ ନାମ ବେଦ ମନ୍ତ୍ରରେ ଅଛି—ହି. ଶ]
- ସଂ. ବି (ଲିଙ୍ଗ୍ ଧାତୁ+କର୍ତ୍ତୃ. ଅ) — ପୁରୁଷର ଉପସ୍ଥ; ଶିଶ୍ନ — Penis; male organ of generation
- ସଂ. ବି (ଲିଙ୍ଗ୍ ଧାତୁ+କର୍ତ୍ତୃ. ଅ) — (ଲିଙ୍ଗର ଅନ୍ଯ ସଂସ୍କୃତ ପ୍ରତିଶବ୍ଦ—ଉପସ୍ଥ, ମଦନାଙ୍କୁଶ, ମେହନ, ମେଢ୍ର, କନ୍ଦର୍ପ- ମୂଷଳ, ଶେଫଃ, ଧ୍ୱଜ, ସାଧନ—(ହି. ଶ.)
- ସଂ. ବି (ଲିଙ୍ଗ୍ ଧାତୁ+କର୍ତ୍ତୃ. ଅ) — ଅନୁମାନ — Inference
- ସଂ. ବି (ଲିଙ୍ଗ୍ ଧାତୁ+କର୍ତ୍ତୃ. ଅ) — (ନ୍ଯାୟ ଦର୍ଶନ) ଅନୁମାନସାଧନ — (Logic) Premises leading to a conclusion
- ସଂ. ବି (ଲିଙ୍ଗ୍ ଧାତୁ+କର୍ତ୍ତୃ. ଅ) — (ବ୍ୟାକରଣ) ପଦାର୍ଥ ବା ଜୀବାଦିଙ୍କର ପୁରୁଷ, ସ୍ତ୍ରୀ ବା ନପୁଂସକ ଥିବାର ସୂଚନ — (Grammar) Gender
- ସଂ. ବି (ଲିଙ୍ଗ୍ ଧାତୁ+କର୍ତ୍ତୃ. ଅ) — (ସାଂଖ୍ୟ ଦର୍ଶନ) ପ୍ରକୃତି — (Samkhya philosophy) Nature; matter; crude matter