ଲିଙ୍ଗିବୁଡ଼ା Liṅgibuṟḍ̠ā

  • ଦେ. ବି — ପାଣି ତୋଡ଼ାଣିପୂର୍ଣ୍ଣ କୁଣ୍ଡରେ ନାକକୁ ବୁଡ଼ାଇ କେତେକ ବଳଦ ଓ ଗାଈଙ୍କର କୁଣ୍ଡରୁ ଦାନା ଆଦି ଖାଇବା — The act of some bullocks and cows dipping their nose into the manger which is full of liquid food
  • ଦେ. ବି — କୌଣସି ବିଷୟ ସମ୍ପୂର୍ଣ୍ଣରୂପେ କରାଯିବା ଅବସ୍ଥା, ଅର୍ଥାତ୍ ଯହିଁରେ କିଛି ଅପୂର୍ଣ୍ଣ ରହି ନ ଥାଏ — A condition of being filled up or completed
  • ଦେ. ବି — କୌଣସି କାର୍ଯ୍ୟପାଇଁ ଯାହା ଆବଶ୍ୟକ, ତାହା ପୂର୍ଣ୍ଣ ହୋଇ ତହିଁରୁ ବଳିପଡ଼ିବା ଅବସ୍ଥା — A condition or state of things where the maximum has already been attained and which will bear no further strain
  • ଦେ. ବି — [ଉ—ଅମୁକ ଲୋକ ଦେଣାରେ ଲିଙ୍ଗିବୁଡ଼ା ହୋଇ
  • ଦେ. ବିଣ — ଯେଉଁ ଗୋରୁ ନାକକୁ ସମ୍ପୂର୍ଣ୍ଣରୂପେ କୁଣ୍ଡରେ ବୁଡ଼ାଇ ଦାନାପାଣି ଖାଏ — (A cow or bullock) Which dips its nose into the liquid food in the crator
  • ଦେ. ବିଣ — ସମ୍ପୂର୍ଣ୍ଣରୂପେ ସମ୍ପାଦିତ (କୌଣସି ବିଷୟ) — Done to completion or fulfilment; complete; full; done to the fill
  • ଦେ. ବିଣ — [ଦ୍ର—ଶିବଲିଙ୍ଗକୁ ଜଳାଶାୟୀ କରିବା ସମୟରେ ପାଣି ପୂର୍ଣ୍ଣରୂପେ ଢାଳି ଲିଙ୍ଗକୁ ପାଣିରେ ବୁଡ଼ାଇ ଦେବାର ଭାବର ଏ ଶବ୍ଦର ବ୍ଯବହାର ଭାଷାରେ ଚଳିଅଛି। କୌଣସି କାର୍ଯ୍ୟ ପୂର୍ଣ୍ଣରୂପେ କରାଗଲେ ତାକୁ ଲିଙ୍ଗିବୁଡ଼ା ବୋଲାଯାଏ, ଅର୍ଥାତ୍ କୌଣସି କାର୍ଯ୍ୟ ପୂର୍ଣ୍ଣରୂପେ କରାଗଲେ, ଆଉ ଅଧିକ ଆବଶ୍ୟକ ନାହିଁ।]
  • ଦେ. ବିଣ — ଅତ୍ୟନ୍ତ ଋଣଗ୍ରସ୍ତ — Over head and ears in debt