ଲିଙ୍ଗାଏତ୍ Liṅgāet
- ଦେ. ବି (ସଂ. ଲିଙ୍ଗାଙ୍କିତ, ତୁଳ. ସେବାଏତ୍) — ଦାକ୍ଷିଣାତ୍ୟରେ ଶିବଲିଙ୍ଗଉପାସକ ସଂପ୍ରଦାୟବିଶେଷ — A sect of Hindus in S. India who are devotees of Ṡiba
- ଦେ. ବି (ସଂ. ଲିଙ୍ଗାଙ୍କିତ, ତୁଳ. ସେବାଏତ୍) — [ଦ୍ର—ଏମାନେ ଶିବଙ୍କର ଏକନିଷ୍ଠ ଉପାସକ ଦ୍ରାବିଡ଼ୀୟ ହିନ୍ଦୁ; ଏମାନେ ସୁନାର ବା ରୁପାର କରାଟରେ ଶିବଲିଙ୍ଗକୁ ରଖି ବାହୁରେ ବା ଗଳାରେ ପିନ୍ଧନ୍ତି, ଏମାନଙ୍କୁ ଜଙ୍ଗମୀ ମଧ୍ୟ ବୋଲାଯାଏ। କିନ୍ଦୁ ଏମାନଙ୍କ ମଧ୍ୟରେ କେତେଗୁଡ଼ିଏ କୁରୀତି ପ୍ରଚଳିତ ଅଛି, ଯାହା ଭାରତର ଅନ୍ୟତ୍ର ଦୃଷ୍ଟ ହୁଏ ନାହିଁ। ଏମାନେ ବେଦର ଓ ବ୍ରାହ୍ମଣଙ୍କ ପ୍ରାଧାନ୍ୟ ଓ ଓ ଜାତିଭେଦ ସ୍ୱୀକାର କରନ୍ତି ନାହିଁ। (ବିଶ୍ୱକୋଷ)]