ଲାଲ୍ ବାଗ୍ Lāl bāg
- ବୈଦେ. ବି. (ନାମ) (ଫା. ଲାଲ୍=ସୁନ୍ଦର+ବାଗ୍= +ଉଦ୍ୟାନ) — କଟକ ସହରର କାଠଜୋଡ଼ୀ କୂଳରେ ଓଡ଼ିଶା ପ୍ରଦେଶର ରେଭିନିଉ କମିଶନର୍ଙ୍କ କୋଠି — The bungalow of the Revenue Commissioner of Orissa situate in Cuttack town on the bank of the Kathjori river
- ବୈଦେ. ବି. (ନାମ) (ଫା. ଲାଲ୍=ସୁନ୍ଦର+ବାଗ୍= +ଉଦ୍ୟାନ) — [ଦ୍ର—ପୂର୍ବେ ମୋଗଲ ଓ ମରହଟ୍ଟା ରାଜତ୍ୱକାଳରେ ଶାସନକର୍ତ୍ତାମାନେ ଏହିଠାରେ ରହୁଥିଲେ ଏବଂ ଏଠାରେ ସେମାନଙ୍କର କଚେରୀ ଥିଲା।]