ଲାଠ୍ୟୌଷଧ Lāṭhya̲u̲shādha

  • ଦେ. ବି. (ପଣ୍ଡିତିଆ ପ୍ରୟୋଗ; ଦେଶଜ ଲାଠି ଶବ୍ଦ ସଙ୍ଗେ ସଂ. ଔଷଧର ସନ୍ଧି)—(ବ୍ୟଙ୍ଗ୍ୟ) — ମୂର୍ଖର ମୂର୍ଖପଣରୂପ ରୋଗର ଉପଶମନାର୍ଥ ତତ୍ପ୍ରତି ପ୍ରଯୁକ୍ତ ଲାଠି ବା ଯଷ୍ଟ୍ୟାଘାତରୂପ ଔଷଧ — (Ironical) The appliance of the stick or cudgel to remove a stupid person's malady of stupidity
  • ଦେ. ବି. (ପଣ୍ଡିତିଆ ପ୍ରୟୋଗ; ଦେଶଜ ଲାଠି ଶବ୍ଦ ସଙ୍ଗେ ସଂ. ଔଷଧର ସନ୍ଧି)—(ବ୍ୟଙ୍ଗ୍ୟ) — [ଦ୍ର—ଭର୍ତ୍ତୃହରିକୃତ ଗୋଟିଏ ଉଦ୍ଭଟ ଶ୍ଳୋକ ଅଛି—"ଶକ୍ୟୋ ବାରୟିତୁଂ ଜଳେନ ହୁତଭୁକ ଛତ୍ରେଣ ବର୍ଷାତପୌ, ନାଗେନ୍ଦ୍ରୋ ନିଶିକାଙ୍କୁଶେନ ସମଦୋ ଦଣ୍ଡେନ ଗୌର୍ଗର୍ବ୍ବଭୌଃ। ବ୍ୟାଧିଭୈଷଜ ସଂଗ୍ରହୈଶ୍ଚ ବିବିଧୈର୍ମନ୍ତ୍ରପ୍ରୟୋଗୈର୍ବିଷମ୍, ସର୍ବସ୍ୟୌଷଧ ମସ୍ତିଶାସ୍ତ୍ର ବିହିତଂ ମୂର୍ଖସ୍ୟ ନାସ୍ତ୍ୟୌଷଧଂ" ଏ ଶ୍ଳୋକର ଶେଷ ଚରଣର ପ୍ରାନ୍ତରେ ଥିବା 'ମୂର୍ଖସ୍ୟ ନାସ୍ତ୍ୟୌଷଧଂ' ସ୍ଥାନରେ କେହି ରସଗ୍ରାହୀ ପଣ୍ଡିତ 'ମୂର୍ଖସ୍ୟଲାଠ୍ୟୌଷଧଂ' ଅଂଶଟି ଲଗାଇ ଅଛନ୍ତି। ସୁବଳଚନ୍ଦ୍ର—ଅଭିଧାନ।]