ଲାଟ୍ବନ୍ଦି Lāṭ-bandi

  • ଦେ. ବି — ନିଲାମ ନିମନ୍ତେ ସମ୍ପତ୍ତିମାନଙ୍କୁ ଗୁଡ଼ିଏ ଲାଟ୍ରେ ବା ପୁଞ୍ଜରେ ବିଭକ୍ତ କରିବା — Parcelling of properties into different lots for the purpose of auction
  • ଦେ. ବି — ଲାଟ୍ ନିଲାମ — Auction by lots.-
  • ଦେ. ବି — ଜମିଦାରି— ମାନଙ୍କ ପାଇଁ ସରକାରଙ୍କୁ ଦେୟ ରାଜସ୍ୱକୁ ଖଜଣାଖାନାରେ ଜମିଦାରମାନେ ଦାଖଲ କରିବା ନିମନ୍ତେ ବର୍ଷକ ମଧ୍ୟରେ ସରକାରଙ୍କର ନିର୍ଦ୍ଧାରିତ ଦିବସ — The day fixed by the Government for the payment of revenue of zamindaries to the Government treasury
  • ଦେ. ବି — [ଦ୍ର—ଓଡ଼ିଶାରେ ବର୍ଷ ମଧ୍ୟରେ ଗଭର୍ଣ୍ଣମେଣ୍ଟ ଲାଟ୍ବନ୍ଦିର ଦୁଇଟି କିସ୍ତି ଦିବସ ଧାର୍ଯ୍ୟ କରି ଅଛନ୍ତି। ଓଡିଆ ସନର ବୈଶାଖ=ଏପ୍ରିଲ 28 ତାରିଖ କିସ୍ତି; ଏଥିରେ ଉକ୍ତ ସନର ଦେୟ ରାଜସ୍ୱର ଆଠପଣ ଦାଖଲ କରାଯାଏ ଓ କାର୍ତ୍ତିକ କିସ୍ତି=ନଭେମ୍ବର 8 ତାରିଖ; ଏଥିରେ ଉକ୍ତ ସନର ଦେୟ ରାଜସ୍ୱର ବାକି ଆଠପଣ ଦାଖଲ କରାଯାଏ। ଏହି ଦୁଇ କିସ୍ତିରେ ରାଜସ୍ୱ ଦାଖଲ ନ ହେଲେ ଉକ୍ତ ଜମିଦାରି 'ବୈସୁଲତାନି ନିଲାମ' କରାଯାଏ, ଅର୍ଥାତ୍ ଲାଟ୍ରେ ଉଠେ।] — [ଦ୍ର—ଓଡ଼ିଶାରେ ବର୍ଷ ମଧ୍ୟରେ ଗଭର୍ଣ୍ଣମେଣ୍ଟ ଲାଟ୍ବନ୍ଦିର ଦୁଇଟି କିସ୍ତି ଦିବସ ଧାର୍ଯ୍ୟ କରି ଅଛନ୍ତି ଓଡିଆ ସନର ବୈଶାଖ=ଏପ୍ରିଲ28ତାରିଖ କିସ୍ତି; ଏଥିରେ ଉକ୍ତ ସନର ଦେୟ ରାଜସ୍ୱର ଆଠପଣ ଦାଖଲ କରାଯାଏ ଓ କାର୍ତ୍ତିକ କିସ୍ତି=ନଭେମ୍ବର8ତାରିଖ; ଏଥିରେ ଉକ୍ତ ସନର ଦେୟ ରାଜସ୍ୱର ବାକି ଆଠପଣ ଦାଖଲ କରାଯାଏ ଏହି ଦୁଇ କିସ୍ତିରେ ରାଜସ୍ୱ ଦାଖଲ ନ ହେଲେ ଉକ୍ତ ଜମିଦାରି 'ବୈସୁଲତାନି ନିଲାମ' କରାଯାଏ, ଅର୍ଥାତ୍ ଲାଟ୍ରେ ଉଠେ]
  • ଦେ. ବି — ବୈସୁଲତାନି ନିଲାମ; ନିର୍ଦ୍ଧାରିତ କିସ୍ତିରେ ରାଜସ୍ୱ ଦିଆଯାଇ ନ ଥିବା ଜମିଦାରିମାନଙ୍କର ନିଲାମ — Auction sale af zamindāries for arrears of revenue
  • ଦେ. ବି — [ଦ୍ର—ନିଲାମରେ ଆସିଥିବା ସମ୍ପତ୍ତିମାନଙ୍କୁ ପୃଥକ୍ ପୃଥକ୍ରୂପେ ଭିନ୍ନ ଭିନ୍ନ ଦଫାରେ ତାଲିକା କରାଯିବାକୁ 'ଲାଟବନ୍ଦି' ବୋଲାଯାଏ; ( 1 ଅର୍ଥ) । ଏଥିଲାଗି 'ଲାଟବନ୍ଦି' କରାଯାଇ ନିଲାମ କରାଯିବା ପଦ୍ଧତିକୁ ଲୋକେ 'ଲାଟବନ୍ଦି' କହନ୍ତି ( 2 ୟ ଅର୍ଥ)। ନିର୍ଦ୍ଦିଷ୍ଟ କିସ୍ତିର ତାରିଖ ଦିନ ରାଜସ୍ୱ ଦାଖଲ ନ କଲେ ଜମିଦାରିମାନ ନିଲାମ କରାଯାଏ, ଏଥିପାଇଁ ଲୋକେ ଉକ୍ତ ନିର୍ଦ୍ଧାରିତ କିସ୍ତିକୁ ମଧ୍ୟ 'ଲାଟବନ୍ଦି' କହନ୍ତି; ( 3 ୟ ଅର୍ଥ)। ରାଜସ୍ୱ ଦିଆଯାଇ ନ ଥିବା ଜମିଦାରିମାନ ଗଭର୍ଣ୍ଣମେଣ୍ଟଙ୍କ ଦ୍ୱାରା ନିଲାମ କରାଯିବାକୁ ମଧ୍ୟ 'ଲାଟବନ୍ଦି'; କହନ୍ତି ( 4 ର୍ଥ ଅର୍ଥ)।] — [ଦ୍ର—ନିଲାମରେ ଆସିଥିବା ସମ୍ପତ୍ତିମାନଙ୍କୁ ପୃଥକ୍ ପୃଥକ୍ରୂପେ ଭିନ୍ନ ଭିନ୍ନ ଦଫାରେ ତାଲିକା କରାଯିବାକୁ 'ଲାଟବନ୍ଦି' ବୋଲାଯାଏ; (1ଅର୍ଥ) ଏଥିଲାଗି 'ଲାଟବନ୍ଦି' କରାଯାଇ ନିଲାମ କରାଯିବା ପଦ୍ଧତିକୁ ଲୋକେ 'ଲାଟବନ୍ଦି' କହନ୍ତି (2ୟ ଅର୍ଥ) ନିର୍ଦ୍ଦିଷ୍ଟ କିସ୍ତିର ତାରିଖ ଦିନ ରାଜସ୍ୱ ଦାଖଲ ନ କଲେ ଜମିଦାରିମାନ ନିଲାମ କରାଯାଏ, ଏଥିପାଇଁ ଲୋକେ ଉକ୍ତ ନିର୍ଦ୍ଧାରିତ କିସ୍ତିକୁ ମଧ୍ୟ 'ଲାଟବନ୍ଦି' କହନ୍ତି; (3ୟ ଅର୍ଥ) ରାଜସ୍ୱ ଦିଆଯାଇ ନ ଥିବା ଜମିଦାରିମାନ ଗଭର୍ଣ୍ଣମେଣ୍ଟଙ୍କ ଦ୍ୱାରା ନିଲାମ କରାଯିବାକୁ ମଧ୍ୟ 'ଲାଟବନ୍ଦି'; କହନ୍ତି (4ର୍ଥ ଅର୍ଥ)]