ଲାଙ୍ଗୁଳା ନରସିଂହ ଦେବ Lāṅguḻā narasiṁha deba
- ଦେ. ବି (ନାମ) — ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀର ଉତ୍କଳର ଗଙ୍ଗ— ବଂଶୀୟ ଜନୈକ ସ୍ୱାଧୀନ ରାଜା — Name of an independent king of Orissa (1237 to 1282 A D) who built the sun temple of Koṇārka in the Puri district
- ଦେ. ବି (ନାମ) — [ଦ୍ର—ଏହାଙ୍କ ରାଜବେଶ ମଧ୍ୟରେ କଟିଦେଶର ପଛଆଡୁ ଲାଙ୍ଗୁଳ ପରି ଗୋଟିଏ ରଜ୍ଜୁବତ୍ ଭୂଷଣ ଝୁଲୁ ଥିଲା; ତେଣୁ ସେ 'ଲାଙ୍ଗୁଳା', 'ଲାଙ୍ଗୁଳିଆ' ବା 'ସପୁଚ୍ଛ' ନରସିଂହ ଦେବ ନାମରେ ପରିଚିତ। ଏ ବିଶେଷ ବଳଶାଳୀ ଥିଲେ। ଦାକ୍ଷିଣାତ୍ୟର ତଦାନୀନ୍ତନ ରାଜାମାନଙ୍କ ସଙ୍ଗେ ଏ ଯୁଦ୍ଧକରି ଜୟୀ ହୋଇଥିଲେ ବୋଲି ପ୍ରବାଦ ଅଛି।
- ଦେ. ବି (ନାମ) — କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟମନ୍ଦିରର ନିର୍ମାଣ ଏହାଙ୍କ ରାଜତ୍ୱର ପ୍ରଧାନ ଘଟନା। ଉକ୍ତ ମନ୍ଦିରରେ ଓଡ଼ିଶାର ଦ୍ୱାଦଶ ବର୍ଷର ରାଜସ୍ୱ ନିୟୋଜିତ ହୋଇଥିଲା। ଏହାଙ୍କ ମନ୍ତ୍ରୀ ଶିବେଇ ସାଆନ୍ତରା ଏ ମନ୍ଦିରରେ କାର୍ଯ୍ୟ କରୁଥିବା ହଜାରେ (ମତାନ୍ତରରେ 1200 ) ବଢ଼େଇ ବା ପଥୁରିଆ କାରିଗରଙ୍କ କାର୍ଯ୍ୟର ତତ୍ତ୍ୱାବଧାରକ ନିଯୁକ୍ତ ଥିଲେ। ଏହାଙ୍କ ରାଜତ୍ୱ ସମୟରେ ବଙ୍ଗଳାର ମୁସଲମାନ୍ ଶାସନକର୍ତ୍ତା ତୋଘାନ୍ଖାଁ ଏକ ଥର ଓ ତାଙ୍କ ପରେ ତୋଗ୍ରଲଖାଁ ତିନିଥର ଓଡ଼ିଶା ଆକ୍ରମଣ କରିଥିଲେ ଓ ଶେଷରେ ପରାଜିତ ହୋଇ ପଳାଇ ଯାଇଥିଲେ।] — କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟମନ୍ଦିରର ନିର୍ମାଣ ଏହାଙ୍କ ରାଜତ୍ୱର ପ୍ରଧାନ ଘଟନା ଉକ୍ତ ମନ୍ଦିରରେ ଓଡ଼ିଶାର ଦ୍ୱାଦଶ ବର୍ଷର ରାଜସ୍ୱ ନିୟୋଜିତ ହୋଇଥିଲା ଏହାଙ୍କ ମନ୍ତ୍ରୀ ଶିବେଇ ସାଆନ୍ତରା ଏ ମନ୍ଦିରରେ କାର୍ଯ୍ୟ କରୁଥିବା ହଜାରେ (ମତାନ୍ତରରେ1200) ବଢ଼େଇ ବା ପଥୁରିଆ କାରିଗରଙ୍କ କାର୍ଯ୍ୟର ତତ୍ତ୍ୱାବଧାରକ ନିଯୁକ୍ତ ଥିଲେ ଏହାଙ୍କ ରାଜତ୍ୱ ସମୟରେ ବଙ୍ଗଳାର ମୁସଲମାନ୍ ଶାସନକର୍ତ୍ତା ତୋଘାନ୍ଖାଁ ଏକ ଥର ଓ ତାଙ୍କ ପରେ ତୋଗ୍ରଲଖାଁ ତିନିଥର ଓଡ଼ିଶା ଆକ୍ରମଣ କରିଥିଲେ ଓ ଶେଷରେ ପରାଜିତ ହୋଇ ପଳାଇ ଯାଇଥିଲେ]