ଲାଙ୍ଗୁଡ଼ାଇବା Lāṅguṟḍ̠āibā

  • ଦେ. କ୍ରି (ସଂ. ଲାଙ୍ଗୁଳ) — (ପଶୁର ପଛରେ ଲାଙ୍ଗୁଡ଼ ଥିବା ପରି)—କୌଣସି ବ୍ଯକ୍ତିର ପଛେ ପଛେ ରହି ସେ ବ୍ଯକ୍ତି ଯେଉଁଆଡ଼େ ଯାଉଥାଏ, ତାହା ପଛେ ପଛେ ଯିବା — To follow a person persistently; to hang on the sleeves of a person
  • ଦେ. କ୍ରି (ସଂ. ଲାଙ୍ଗୁଳ) — ଲାଙ୍ଗୁଡ଼୍(ଡ଼ି, ଡ଼ୁ) ପାଙ୍ଗୁଡ଼୍(ଡ଼ି. ଡ଼ୁ) ହେବା, ଲାଙ୍ଗୁଡ଼େଇ ପାଙ୍ଗୁଡ଼େଇ ହେବା ଅନ୍ଯରୂପ — ଲାଙ୍ଗୁଡ଼୍(ଡ଼ି, ଡ଼ୁ) ପାଙ୍ଗୁଡ଼୍(ଡ଼ି. ଡ଼ୁ) ହେବା, ଲାଙ୍ଗୁଡ଼େଇ ପାଙ୍ଗୁଡ଼େଇ ହେବାଅନ୍ଯରୂପ
  • ଦେ. କ୍ରି (ସଂ. ଲାଙ୍ଗୁଳ) — ମନରେ କୌଣସି ଗୁପ୍ତ ଉଦ୍ଦେଶ୍ୟ ରଖି ବାହାରେ ଅନ୍ଯ ଛଳନା ଦେଖାଇ କୌଣସି ସ୍ଥାନରେ ଅପେକ୍ଷା କରି ରହି ଇତସ୍ତତଃ ହେବା; ଲୁଙ୍ଗ୍ପୁଙ୍ଗ୍ହେବା — To loiter at a place on some pretext; to loiter about; to hover about; to haunt about a place
  • ଦେ. କ୍ରି (ସଂ. ଲାଙ୍ଗୁଳ) — (କୌଣସି ବିଷୟରେ ଆପଣାର ଚିତ୍ତ ବା ମନ)— ସନ୍ଦେହଯୁକ୍ତ ହୋଇ କର୍ତ୍ତବ୍ୟ ନିର୍ଦ୍ଧାରଣ କରି ନ ପାରି ଇତସ୍ତତଃ ହେବା; ଦୋଦୋପାଞ୍ଚ ହେବା — To vacillate; to be restless in mind regarding a matter; not to be able to settle what to do; to be unable to settle whether to do or not to do a thing
  • ଦେ. କ୍ରି (ସଂ. ଲାଙ୍ଗୁଳ) — [ 3 ୟ ଅର୍ଥରେ ପ୍ରୟୋଗ—ମୁଁ ଲାଙ୍ଗୁଡ଼େଇ ହେଉଛି ବା ମୋ ମନ ଲାଙ୍ଗୁଡ଼େଇ ହେଉଛି।] — [3ୟ ଅର୍ଥରେ ପ୍ରୟୋଗ—ମୁଁ ଲାଙ୍ଗୁଡ଼େଇ ହେଉଛି ବା ମୋ ମନ ଲାଙ୍ଗୁଡ଼େଇ ହେଉଛି]