ଲାଙ୍ଗଳୀଶାକ Lāṅgaḻīṡāka
- ସଂ. ବି — ଜଳପିପ୍ପଳୀ; ଏକପ୍ରକାର କଳମ ଶାଗ — Purple Lippia; Lippia Nodiflora; Convolvulus Ripens; Ipomœa Reptans
- ସଂ. ବି — [ଦ୍ର—ଏହା ପାଣି ଉପରେ ଲଟାଇକରି ମାଡ଼େ; କିନ୍ତୁ ଏଥିର ଚେର ଜଳକୂଳରେ ଭୂମିରେ ସଂଲଗ୍ନ ଥାଏ। ଏହାର ଲତା ରକ୍ତାଭ କୃଷ୍ଣବର୍ଣ୍ଣ, ପତ୍ର ତ୍ରିକୋଣ। ଏହାର ରସ ଶରୀରସ୍ଥ ବିଷ ଓ ରକ୍ତ ଦୋଷକୁ ନାଶ କରେ। ଏହାର ପତ୍ରକୁ ଗରିବ ଲୋକମାନେ ଶାଗ କରି ଖାଆନ୍ତି। ବୈଦ୍ୟଶାସ୍ତ୍ର ମତରେ ଏହା ହୃଦୟ— ଗ୍ରାହୀ, ଚକ୍ଷୁର ହିତକର, ଶୁକ୍ର ବର୍ଦ୍ଧକ, ଲଘୁ, ଧାରକ, ଶୀତବୀର୍ଯ୍ୟ, ରୁକ୍ଷ, କଟୁକଷାୟରସ, କଟୁବିପାକ, ରୁଚିକର, ଅଗ୍ନିବର୍ଦ୍ଧକ ଏବଂ ରକ୍ତଦୋଷ, ଦାହ ଓ ବ୍ରଣନାଶକ— ଦ୍ରବ୍ଯଗୁଣ।]