ଲହଲାଙ୍ଗଳିଆ Lahalaṅgaḻiā

  • ଦେ. ବି (ସଂ. ଲାଙ୍ଗଳୀ) — ଆଙ୍ଗଳିଆ; ବିଷଲାଙ୍ଗୁଳିୟା; ଏକପ୍ରକାର କ୍ଷୁଦ୍ର— ବୃକ୍ଷର ମୂଳ — Gloriosa Superba; Methonica Superba (M. W.); wolfsbane; Aconitum Napellus; Hydroba Zeylancia
  • ଦେ. ବି (ସଂ. ଲାଙ୍ଗଳୀ) — [ଦ୍ର—ଏହା ଗୋଟିଏ ଉପବିଷ; ରଜନୀଗନ୍ଧାଦିବର୍ଗର ଆରଣ୍ୟ ରୋହିଣୀ। ବର୍ଷାଦିନେ ଚେରରୁ ଜନ୍ମେ, କିନ୍ତୁ ଶରତ୍କାଳରେ ଫଳ ପାଚିଲେ ଗଛ ମରିଯାଏ ଓ ଗଛର ଚିହ୍ନମାତ୍ର ନ ଥାଏ। ଏହାର ପତ୍ର ଏକୋତ୍ତର, ମତ୍ସ୍ୟାକାର ଓ ଅଙ୍କୁଶଯୁକ୍ତ; ଫୁଲ ବଡ଼ ବଡ଼ ଓ ଅଗ୍ନିବର୍ଣ୍ଣ। ଫୁଲରେ 6 ଗୋଟି ପୁଂକେଶର ଥାଏ; ଗର୍ଭକେଶର ବଙ୍କେଇ ଯାଇ ପୁଂକେଶର ଉପରେ ପଡ଼େ ଓ ଦେଖିବାକୁ ଲଙ୍ଗଳର ଇଶ ପରି ଅଟେ। ଫୁଲର ଡେମ୍ଫ ଓ ଫୁଲ ଅଧୋମୁଖ; ଫଳ ପାଚିଲେ ଫାଟିଯାଏ। ବୈଦିକ— କାଳରୁ ଏହା ଗର୍ଭପାତର ଔଷଧରୂପେ ଖ୍ୟାତ। ଏହାକୁ ଔଷଧାର୍ଥ ବ୍ଯବହାର କରିବାକୁ ହେଲେ ଏକ ଦିବସ— କାଳ ଗୋମୂତ୍ରରେ ଭାବନା ଦେଇ ଶୋଧନ କରିବାକୁ଼ ହୁଏ। — [ଦ୍ର—ଏହା ଗୋଟିଏ ଉପବିଷ; ରଜନୀଗନ୍ଧାଦିବର୍ଗର ଆରଣ୍ୟ ରୋହିଣୀ ବର୍ଷାଦିନେ ଚେରରୁ ଜନ୍ମେ, କିନ୍ତୁ ଶରତ୍କାଳରେ ଫଳ ପାଚିଲେ ଗଛ ମରିଯାଏ ଓ ଗଛର ଚିହ୍ନମାତ୍ର ନ ଥାଏ ଏହାର ପତ୍ର ଏକୋତ୍ତର, ମତ୍ସ୍ୟାକାର ଓ ଅଙ୍କୁଶଯୁକ୍ତ; ଫୁଲ ବଡ଼ ବଡ଼ ଓ ଅଗ୍ନିବର୍ଣ୍ଣ ଫୁଲରେ6ଗୋଟି ପୁଂକେଶର ଥାଏ; ଗର୍ଭକେଶର ବଙ୍କେଇ ଯାଇ ପୁଂକେଶର ଉପରେ ପଡ଼େ ଓ ଦେଖିବାକୁ ଲଙ୍ଗଳର ଇଶ ପରି ଅଟେ ଫୁଲର ଡେମ୍ଫ ଓ ଫୁଲ ଅଧୋମୁଖ; ଫଳ ପାଚିଲେ ଫାଟିଯାଏ ବୈଦିକ— କାଳରୁ ଏହା ଗର୍ଭପାତର ଔଷଧରୂପେ ଖ୍ୟାତ ଏହାକୁ ଔଷଧାର୍ଥ ବ୍ଯବହାର କରିବାକୁ ହେଲେ ଏକ ଦିବସ— କାଳ ଗୋମୂତ୍ରରେ ଭାବନା ଦେଇ ଶୋଧନ କରିବାକୁ଼ ହୁଏ
  • ଦେ. ବି (ସଂ. ଲାଙ୍ଗଳୀ) — ଏହା ଦକ୍ଷିଣ ଭାରତରେ ବିଶେଷ ଦେଖାଯାଏ। ଏହା କଟୁତିକ୍ତକଷାୟ, ଉଷ୍ଣବୀର୍ଯ୍ୟ, ତୀକ୍ଷ୍ମ, କ୍ଷାରଗୁଣଯୁକ୍ତ, ସାରକ, ପିତ୍ତବର୍ଦ୍ଧକ, ଗର୍ଭପାତକ, କଫ, ଶୋଥ ଓ ବ୍ରଣ— ନାଶକ ଅଟେ। ଏହା କୁଷ୍ଠ, ଶୋଥ, ଅର୍ଶଃ, ବ୍ରଣ, ଶୂଳ, କଫ ଓ କ୍ରିମି ନାଶକ—ଦ୍ରବ୍ଯଗୁଣ।]