ଲହଡି ମୁଦା Lahaṟḍ̠i mudā
- ଦେ. ବି (ସଂ. ଲହରୀ+ମୁଦ୍ରା) — ଏକ ସ୍ତର ପଥରର ଆଗକୁ ବଳାଇ ସ୍ତରକୁ ସ୍ତର ପଥର ମୁଣ୍ଡିଠାରୁ ଟିକିଏ ଉପର୍ଯ୍ୟୁପରି ଖଞ୍ଜିବା ଦ୍ୱାରା ଖିଲାଣ ତିଆରି କରିବାର କୌଶଳ ବା ପ୍ରଣାଳୀ — The mode of architecture by means of which an open space is spanned by setting layers of gradually projecting stone blocks, one over the other
- ଦେ. ବି (ସଂ. ଲହରୀ+ମୁଦ୍ରା) — [ଦ୍ର—ପୂର୍ବେ ଓଡ଼ିଆ କାରିଗରମାନେ ଆଧୁନିକ ଖିଲାଣ ପ୍ରଣାଳୀରେ ଗୋଲ ଖିଲାଣ ରଚନା ନ କରି ଆଗକୁ ମଡ଼ାଇ କରି ବିପରୀତ ଦିଗରୁ ପଥରମାନଙ୍କ ସ୍ତରକୁ ବସାଇ ଖିଲାଣ ଜାଗାକୁ ପୂରଣ କରୁଥିଲେ ଓ ସର୍ବୋପରି ଖଣ୍ଡିଏ ପଥର ମଡ଼ାଇ ଦେଇ ସେ ଖିଲାଣକୁ ମୁଦି ଦେଉଥିଲେ। ଉତ୍କଳୀୟ ଶିଳ୍ପୀମାନେ 'ଖିଲାଣ' ଗଢ଼ିବା ପ୍ରଣାଳୀ ଜାଣୁ ନ ଥିଲେ; କିନ୍ତୁ ଏହି ଅଜ୍ଞତାକୁ ଏକ ଚମତ୍କାରୀ ବୁଦ୍ଧି— କୌଶଳଦ୍ୱାରା ପୂରଣ କରିଥିଲେ ଓ ଏହି କୌଶଳଦ୍ୱାରା ସେମାନେ ବଡ଼ ବଡ଼ ଦେଉଳମାନ ତିଆରି କରି ତହିଁର ଛାତକୁ କ୍ରମଶଃ 'ଲହଡ଼ି' ଦ୍ୱାରା କମାଇ କମାଇ ଶେଷରେ ରହିଯିବା ଫାଙ୍କ ଉପରେ ଖଣ୍ଡିଏ ପଥର ଶୁଆଇ ଦେଇ ସେହି ଛିଦ୍ରକୁ ବନ୍ଦ କରି ଦେଉଥିଲେ। ଲିଶୁଣି ଭୂମି ସହିତ ଭିତର ଆଡ଼କୁ ସୂକ୍ଷ୍ମ କୋଣ ସୃଷ୍ଟି କରି ଡେରା ହୁଏ, ଏ ଲହଡ଼ି ମୁଦରେ ଦିଆଯିବା ପଥରର ସ୍ତରମାନ ଓଲଟା ଲିଶୁଣିପରି ଭିତର ଆଡ଼କୁ ସ୍ଥୂଳ କୋଣ ସୃଷ୍ଟି କରି ସଜ୍ଜିତ କରା ଯାଉଥିଲା। ପ୍ରଥମେ ପଡ଼ିଥିବା ପଥରର ଅଗ ଟିକିଏ ପଦାକୁ ଝୁଙ୍କିଥାଏ, ଦ୍ୱିତୀୟ ପ୍ରସ୍ତର ପଥର ପ୍ରଥମ ସ୍ତରର ପ୍ରସ୍ତର ପଥର ଅପେକ୍ଷା ଆହୁରି ଟିକିଏ ପଦାକୁ ବାହାରି ଥାଏ। (ଏହି ପଥରମାନଙ୍କୁ ଭିତର 'କାଟେଣୀ' କହନ୍ତି।) ଏହିପରି ଦୁଇ ଆଡ଼ର କାନ୍ଥ ଉପରେ ପଥରମାନ କ୍ରମଶଃ ଆଗକୁ ଆଗକୁ ବଢ଼ାଇ ବଢ଼ାଇ ଯେତେବେଳେ ବିପରୀତ ଦିଗରୁ ଖଞ୍ଜା ହେବା ପଥରର ମୁଣ୍ଡମାନ ଖୁବ୍ ସନ୍ନିକଟବର୍ତ୍ତୀ ହୋଇଯାଏ ଓ ଉକ୍ତ ଦୁଇ ପଥରର ମୁଣ୍ଡ ମଧ୍ୟରେ ଅଳ୍ପମାତ୍ର ସ୍ଥାନ ଫାଙ୍କ ରହେ, ସେହି ଫାଙ୍କ ଉପରେ ଦୁଇ ଆଡ଼ର ପଥରର ମୁଣ୍ଡ ଉପରେ ଗୋଟିଏ ମାତ୍ର ଲମ୍ବ ପଥର ଶୁଆଇ ଦେଇ ସେ ଫାଙ୍କକୁ ମୁଦି ଦିଆଯାଏ। ସର୍ବୋପରି ସ୍ଥାପିତ ଉକ୍ତ ପଥରକୁ 'ଆଡ଼େଣୀ' ବୋଲାଯାଏ ଓ ଏହି ପ୍ରଣାଳୀକୁ 'ଲହଡ଼ୀ ମୁଦ' ବୋଲାଯାଏ । ଓଡ଼ିଶାର ଦେଉଳମାନ ଓ ପ୍ରାଚୀନ ପୋଲ (ଯଥା—ପୁରୀର ଅଠର ନଳା ପୋଲ) ମାନ ଏହି 'ଲହଡ଼ି ମୁଦ' ପ୍ରଣାଳୀରେ ନିର୍ମିତ ହୋଇ— ଅଛି। ହିନ୍ଦୁ କାରିଗରମାନେ ଆଧୁନିକ 'ଖିଲାଣ' ପ୍ରଣାଳୀ ଜାଣୁ ନ ଥିବାରୁ ଦେଉଳମାନଙ୍କର ଗର୍ଭ ବା ଗମ୍ଭୀରାକୁ ବୃହତ୍ କରି ପାରୁ ନ ଥିଲେ; କିନ୍ତୁ ମୁସଲମାନ୍ କାରିଗରମାନେ 'ଖିଲାଣ' ପ୍ରଣାଳୀ ଜାଣୁଥିବାରୁ ମସ୍ଜିଦ— ମାନଙ୍କ ଗର୍ଭମାନ ଓ ଗମ୍ବୁଜମାନ ବଡ଼ ଆୟତନବିଶିଷ୍ଟ କରି ପାରୁଥିଲେ। ଆଧୁନିକ ଖିଲାଣଯୁକ୍ତ ସେତୁମାନଙ୍କ ଅପେକ୍ଷା ଲହଡ଼ୀ ମୁଦ ସେତୁମାନ କୌଣସି କୌଣସି ଅଂଶରେ ଦୃଢ଼ତର ଥିବାର ସୁବିଜ୍ଞ ୟୁରୋପୀୟ ଇଞ୍ଜିନିଅର୍ ସ୍ୱୀକାର କରିଅଛନ୍ତି।]