ଲଜ୍ଜାଳୁ Lajjāḻu

  • ସଂ. ବିଣ (ଲଜ୍ଜା+ଶୀଳାର୍ଥେ ଆଳୁ) — ଲଜ୍ଜାଶୀଳ (ଦେଖ) — Lajjāṡīḻa, (See)
  • ସଂ. ବି — ଲାଜକୁଳୀ ଲତା; ଲାଜ— କୋଳି ଲତା — A sensitive plant; Mimosa Pudica
  • ସଂ. ବି — [ଦ୍ର—ଏହା କଣ୍ଟକମୟ ଲତାମୟ 1 । 1.5 ହାତ ଲମ୍ବ କ୍ଷୁପ ବିଶେଷ; ପତ୍ରଗୁଡ଼ିକ ଛୋଟ ବବୁର ପତ୍ରପରି ଡାଙ୍ଗର ଦୁଇ ପାଖରେ ଥାଏ। ଏହାର ପତ୍ରକୁ ଛୁଇଁଲେ ପତ୍ର- ଗୁଡ଼ିକ ମୁଦି ହୋଇଯାଏ ଓ ପତ୍ରର ଡେମ୍ଫଗୁଡ଼ିକ ଶୋଇପଡ଼େ। ଏହାର ଛୁଇଁ ଲୋମଶ; ଫୁଲ ନାଲିଆ, ଗୋଲ ଓ କେଶରମୟ; ବୀଜ ଚେପ୍ଟା; ଏହାର ଡାଳ ଓ ଡେମ୍ଫ ନାଲିଆ। ଆଉ ଏକ ପ୍ରକାର ଲଜ୍ଜାଳୁ ଲତା ଅଛି, ତାହାର ଗଛ ଛୋଟ ଓ ପତ୍ର ବଡ଼ ବଡ଼। ଏହାକୁ ଲଜ୍ଜାଳୁ ବୈପରୀତ୍ୟ କହନ୍ତି।] — [ଦ୍ର—ଏହା କଣ୍ଟକମୟ ଲତାମୟ11.5ହାତ ଲମ୍ବ କ୍ଷୁପ ବିଶେଷ; ପତ୍ରଗୁଡ଼ିକ ଛୋଟ ବବୁର ପତ୍ରପରି ଡାଙ୍ଗର ଦୁଇ ପାଖରେ ଥାଏ ଏହାର ପତ୍ରକୁ ଛୁଇଁଲେ ପତ୍ର- ଗୁଡ଼ିକ ମୁଦି ହୋଇଯାଏ ଓ ପତ୍ରର ଡେମ୍ଫଗୁଡ଼ିକ ଶୋଇପଡ଼େ ଏହାର ଛୁଇଁ ଲୋମଶ; ଫୁଲ ନାଲିଆ, ଗୋଲ ଓ କେଶରମୟ; ବୀଜ ଚେପ୍ଟା; ଏହାର ଡାଳ ଓ ଡେମ୍ଫ ନାଲିଆ ଆଉ ଏକ ପ୍ରକାର ଲଜ୍ଜାଳୁ ଲତା ଅଛି, ତାହାର ଗଛ ଛୋଟ ଓ ପତ୍ର ବଡ଼ ବଡ଼ ଏହାକୁ ଲଜ୍ଜାଳୁ ବୈପରୀତ୍ୟ କହନ୍ତି]
  • ସଂ. ବି — ଅନ୍ଯ ଏକ ପ୍ରକାର ଲଜ୍ଜାଳୁଲତା ପାଣିକୂଳରେ ଜନ୍ମେ। ତହିଁରେ କଣ୍ଟା ନ ଥାଏ। ତାହାର ପତ୍ର ଓ ଡେମ୍ଫ ଆଦି ହରିଦ୍ବର୍ଣ୍ଣ। ହାତ ଲଗାଇଲେ ତାହାର ପତ୍ର ବୁଜି ହୋଇଯାଏ। ତାକୁ "ପାଣି ଲାଜକୁରୀ" (ସଂ ଅଳମ୍ବୂଷା) ବୋଲାଯାଏ।
  • ସଂ. ବି — ଅନ୍ଯ ଏକଜାତୀୟ ଲାଜକୋଳି ଲତା ଧଳା, ତାକୁ "ଛେତଲାଜକୁରୀ" କହନ୍ତି। ବୈଦ୍ୟଶାସ୍ତ୍ର ମତରେ ଏହା ଶୀତବୀର୍ଯ୍ୟ ଓ ତିକ୍ତ କଷାୟ ରସ; ଏହା କଫ, ପିତ୍ତ, ରକ୍ତ ପିତ୍ତ, ଅତିସାର ଓ ଯୋନିରୋଗ, ଦାହ, ଶ୍ରମ, ଶ୍ୱାସ, ବ୍ରଣ, କୁଷ୍ଠନାଶକ। ଏଥିର ଚେର ଓ ଡାଙ୍ଗର ପାଚନ ଓ ଏଥିର ପତ୍ରର ଚୂର୍ଣ୍ଣ ପଥୁରୀ ଓ ଭଗନ୍ଦର ରୋଗ ପାଇଁ ସେବନ କରାଯାଏ। ରାସାୟନିକ ପରୀକ୍ଷାଦ୍ୱାରା ଦେଖା ଯାଇଅଛି ଯେ ଏ ଗଛରେ ଶତକଡ଼ା 10 ଭାଗ କଷାୟ ଧାତୁ — ଅନ୍ଯ ଏକଜାତୀୟ ଲାଜକୋଳି ଲତା ଧଳା, ତାକୁ "ଛେତଲାଜକୁରୀ" କହନ୍ତି ବୈଦ୍ୟଶାସ୍ତ୍ର ମତରେ ଏହା ଶୀତବୀର୍ଯ୍ୟ ଓ ତିକ୍ତ କଷାୟ ରସ; ଏହା କଫ, ପିତ୍ତ, ରକ୍ତ ପିତ୍ତ, ଅତିସାର ଓ ଯୋନିରୋଗ, ଦାହ, ଶ୍ରମ, ଶ୍ୱାସ, ବ୍ରଣ, କୁଷ୍ଠନାଶକ ଏଥିର ଚେର ଓ ଡାଙ୍ଗର ପାଚନ ଓ ଏଥିର ପତ୍ରର ଚୂର୍ଣ୍ଣ ପଥୁରୀ ଓ ଭଗନ୍ଦର ରୋଗ ପାଇଁ ସେବନ କରାଯାଏ ରାସାୟନିକ ପରୀକ୍ଷାଦ୍ୱାରା ଦେଖା ଯାଇଅଛି ଯେ ଏ ଗଛରେ ଶତକଡ଼ା10ଭାଗ କଷାୟ ଧାତୁ(Tannin)ଅଛି ଏଥିର ଡାଙ୍ଗର ଚୂର୍ଣ୍ଣକୁ ହିରାକସ ସଙ୍ଗେ ମିଶାଇଲେ ଭଲ କାଳୀ ହୁଏ—ହି. ଶ.]