ଲଙ୍ଗଳ ଧରିବା Laṅgaḻa dharibā

  • ଦେ. କ୍ରି — କୃଷି କରାଯିବା ପାଇଁ ସଜ୍ଜିତ ହୋଇଥିବା ବଳଦଙ୍କୁ ଯୋଚି ଲଙ୍ଗଳର ମୁଠାକୁ ଧରି ଭୂମି ଚାଷ କରିବା — To put one's hand to the plough
  • ଦେ. କ୍ରି — [ଦ୍ର—ବଳଦ ଟାଣୁଥିବା ଲଙ୍ଗଳର ମୁଠାକୁ ହାତରେ ଧରି ମାଡ଼ି ବସିଲେ ଜମି ଗଭୀର ହୋଇ ଚାଷ ହୁଏ। ଲଙ୍ଗଳ ମୁଠା ଉପରେ ବେଶି ଚାପ ନ ଦେଲେ ଚାଷ ଗଭୀର ହୁଏ ନାହିଁ। ଏଥିପାଇଁ ବଳୁଆ ଲୋକ ଲଙ୍ଗଳ ଧରିବା ନିମନ୍ତେ ଲୋଡ଼ା ହୁଅନ୍ତି।]