ଲଙ୍ଗର୍ ଉଠେଇବା Laṅgar uṭheibā
- ଦେ. କ୍ରି — ଲଙ୍ଗର୍ କରାଯାଇ ସ୍ଥିର ଭାବରେ ରହିଥିବା ଜାହାଜକୁ ଚଳାଇବା ପୂର୍ବରୁ ଜଳର ତଳ ଦେଶରେ ସଂଲଗ୍ନ ଲଙ୍ଗରକୁ ପାଣି ମଧ୍ୟରୁ ଜାହାଜ ଉପରକୁ ଉଠାଇ ଆଣିବା — To weigh anchor
- ଦେ. କ୍ରି — [ଉ— X X ଦିନ ଦୁଇ ପହର ସରିକି ଚିନାପାଟଣା ହାଡ଼ୁ ବାହାରୁ ଲଙ୍ଗର ଉଠେଇ ଦେଲୁଁ। ଫକୀରମୋହନ. ଗଳ୍ପସ୍ୱଳ୍ପ]
- ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ସ୍ଥାନ ତ୍ୟାଗ କରିବାର ଆନୁପୂର୍ବିକ ବ୍ଯବସ୍ଥା କରିବା — (figurative) To make preliminary arrangements for removal from a place
- ଦେ. କ୍ରି — (ଲକ୍ଷଣାର୍ଥ) ନିଜର ରୁଦ୍ଧ ହୋଇଥିବା ଗତିକୁ ପୁଣି ଆରମ୍ଭ କରିବା — (figurative) To begin to move away from a place of stoppage