ଲଙ୍କା ଆମ୍ବ Laṅkā āmba
- ଦେ. ବି — ବାଜାଆମ୍ବ; ବାଜାଆମ୍ବା — Cashewnut (tree and fruit); Anacardium Occidentale
- ଦେ. ବି — (ଉ— ହେମଫଳେ ନମ୍ର ଯହିଁ ଲଙ୍କାଆମ୍ର—ପାଦପପନ୍ତି—ରାଧାନାଥ, ଉଷା।]
- ଦେ. ବି — [ଦ୍ର— ଏହା ଆମ୍ରାଦିବର୍ଗର ବୃକ୍ଷବିଶେଷ। ଦକ୍ଷିଣ ଆମେରିକାର ସମୁଦ୍ର ନିକଟବର୍ତ୍ତୀ ଓ ବାଲୁକାମୟ ସ୍ଥାନ ଏହି ବୃକ୍ଷର ଆଦିନିବାସ। ଏହା ମାନ୍ଦ୍ରାଜପ୍ରଦେଶ, ଦକ୍ଷିଣ ଓଡ଼ିଶା, ଚଟ୍ଟଗ୍ରାମ ଓ ଟେନାସେରିମ୍ ଆଦିର ସମୁଦ୍ରକୂଳ ଓ ବାଲୁକାମୟ ସ୍ଥାନରେ ହୁଏ। ଏହାର ଫଳ ପାଚିଲେ ନାଲି ଓ ହଳଦିଆ; ପ୍ରଚୁର ସଂଖ୍ୟାରେ ଜାତ ହୁଏ। ଏ ଫଳରୁ କଷା ଓ ମିଠା ଏକପ୍ରକାର ରସ ବାହାରେ। ଏହି ଫଳର ଆଗରେ ମଞ୍ଜି ଥାଏ। ମଞ୍ଜି ମଧ୍ୟରେ ଥିବା ଶଶକୁ ଲୋକେ ପୋଡ଼ିକରି ଖାଆନ୍ତି। ମଞ୍ଜିର କଠିନ ଆବରଣରୁ ଏକ ପ୍ରକାର ତୈଳ ବାହାରେ। ପ୍ରକୃତରେ ଯାହାକୁ ଆମ୍ଭେମାନେ ମଞ୍ଜିବୋଲି ବିଚାରୁଁ, ତାହାହିଁ ଏ ଗଛର ଫଳ ଓ ଯାହାକୁ ଫଳବୋଲି ବିଚାରୁଁ ତାହା ଫଳର ସ୍ଥୂଳ ରସମୟ ବୃନ୍ତ। (ବିଦେଶରୁ ଏ ଗଛ ଆସିଥିବାରୁ ଏହାର ଏପରି ନାମକରଣ ହୋଇଅଛି। ତୁଳନାକର—ଲଙ୍କା ସିଝୁ, ଲଙ୍କା ମରିଚ) ବୈଦ୍ଯକାଦି ଶାସ୍ତ୍ରରେ ଏହାର ନାମ ନାହିଁ। ଏହି ମଞ୍ଜିର ଓ ବାଦାମ ମଞ୍ଜିର ଆକୃତି (ସଂ. ବାଦାମ, ବାତାଦ)ସଦୃଶ ହୋଇଥିବାରୁ ଏହାକୁ ଲୋକେ ବାଦାମ (ବାଜାଆମ୍ବ) ନାମ ଦେଇଅଛନ୍ତି। ଏ ମଞ୍ଜିମାନ ଦେଖିବାକୁ ଚେପ୍ଟା ଆମ୍ବ କଷି ପରି।]
- ପ୍ରାଦେ (ଗଞ୍ଜାମ) ବି — ବାଇଗବା (ଦେଖ) — Bāigabā (See)