ଲକ୍ଷ୍ମୀ ସରସ୍ୱତୀ Laksmī saraswatī
- ସଂ. ବି—(ଦ୍ୱନ୍ଦ୍ୱ; ଲକ୍ଷ୍ମୀ+ସରସ୍ୱତୀ) — ବିଷ୍ଣୁଙ୍କର ଦୁଇ ପତ୍ନୀ; ସୌଭାଗ୍ୟର ଅଧିଷ୍ଠାତ୍ରୀ ଲକ୍ଷ୍ମୀ ଓ ବିଦ୍ୟାର ଅଧିଷ୍ଠାତ୍ରୀ ସରସ୍ୱତୀ — The two co—wives of Bishṇu, namely the Goddess of wealth and the Goddess of learning
- ସଂ. ବି—(ଦ୍ୱନ୍ଦ୍ୱ; ଲକ୍ଷ୍ମୀ+ସରସ୍ୱତୀ) — [ଦ୍ର— ଏ ଦୁହେଁ ସପତ୍ନୀ ଥିବାରୁ ଏମାନଙ୍କ ମଧ୍ୟରେ ଆବହମାନ କାଳରୁ ସପତ୍ନୀସୁଲଭ ଈର୍ଷା ଓ ବିବାଦ ଚଳି ଆସୁଥିବା ପଣ୍ଡିତମାନେ କଳ୍ପନା କରି ଆସିଅଛନ୍ତି। ଫଳତଃ ଦେଖାଯାଏ ଯେ, ସାଧାରଣତଃ ଲକ୍ଷ୍ମୀପୁତ୍ର (ଧନୀ)ମାନେ ସରସ୍ୱତୀଙ୍କ ଅନୁଗ୍ରହ ଲାଭ କରନ୍ତି ନାହିଁ ଓ ସରସ୍ୱତୀ ପୁତ୍ର (ପଣ୍ଡିତ)ମାନେ ଲକ୍ଷ୍ମୀଙ୍କ ଅନୁଗ୍ରହ ପାଆନ୍ତି ନାହିଁ। କ୍ୱଚିତ୍ ଏହା ଦେଖା ଗଲେ ପଣ୍ଡିତମାନେ କହନ୍ତି ଯେ ତାଙ୍କଠାରେ ଲକ୍ଷ୍ମୀ ସରସ୍ୱତୀଙ୍କର ବିବାଦ ମେଣ୍ଟି ଯାଇଅଛି।]