ଲଉଆଜିମା Lauājimā
- ବୈଦେ. ବି (ଆ. ଲୱାଜିମ; ଫା. ଲୱାଜିମାତ= ଉପକରଣ; ଆବଶ୍ୟକ ସାମଗ୍ରୀ) — କୌଣସି କାର୍ଯ୍ୟ ଉପଲକ୍ଷରେ ପ୍ରୟୋଜନୀୟ ଜିନିଷପତ୍ର ବା ଉପକରଣ — Necessary articles
- ବୈଦେ. ବି (ଆ. ଲୱାଜିମ; ଫା. ଲୱାଜିମାତ= ଉପକରଣ; ଆବଶ୍ୟକ ସାମଗ୍ରୀ) — ନାଜିମାତ; କୌଣସି କାର୍ଯ୍ୟ (ଯଥା— ବିବାହ, ଯାତ୍ରାଆଦି।) ଉପଲକ୍ଷରେ ଲୋଡ଼ା ହେବା ଅନୁଚର ବ୍ୟକ୍ତଗଣ, ଯଥା - ମସାଲ ଧରିବା ଲୋକ, ସବାରି କାନ୍ଧେଇବା ଲୋକ; ବାଜା ବଜାଇବା ଲୋକ — Attendants, such as, torch-bearers, palki-bearers, drummers required on occasions of marriage or other festival
- ବୈଦେ. ବି (ଆ. ଲୱାଜିମ; ଫା. ଲୱାଜିମାତ= ଉପକରଣ; ଆବଶ୍ୟକ ସାମଗ୍ରୀ) — ଅନୁଚର- ମାନଙ୍କୁ ଦିଆଯିବା ବକ୍ସିସ୍ — Tips paid to attendants
- ବୈଦେ. ବି (ଆ. ଲୱାଜିମ; ଫା. ଲୱାଜିମାତ= ଉପକରଣ; ଆବଶ୍ୟକ ସାମଗ୍ରୀ) — (କଚିରିଆ) (ହାଇକୋଟ୍ରେ ପ୍ରଚଳିତ ଶବ୍ଦ)— ମକଦ୍ଦମାରେ ବିବାଦୀୟ ବିଷୟ ଜଜ୍ମାନଙ୍କଦ୍ୱାରା ଶୁଣାଣି ହେବା ପୂର୍ବରୁ ମକଦ୍ଦମାରେ ପକ୍ଷମାନଙ୍କ କର୍ତ୍ତବ୍ୟ ଅନୁପୂର୍ବକ ବ୍ଯବସ୍ଥାମାନ ବା ତଦ୍ବୀର—(ଯଥା)—ଅପର ପକ୍ଷ ଉପରେ ସମନ୍ ବା ନୋଟିସ୍ ଜାରି କରାଇବା ପାଇଁ ମିଆଦି ଦାଖଲ, ଛାପା ଖରଚା ଦାଖଲ, କୋଟଫିସ୍ (ଦାଖଲ); ମକଦ୍ଦମାରେ ଦାବୀର ବିଚାର ହେବା ପୂର୍ବରୁ ପକ୍ଷ— ମାନଙ୍କ କରଣୀୟ ବାଜେ ବା ଆନୁଷଙ୍ଗିକ କାର୍ଯ୍ୟମାନ — The preliminary steps to be taken by parties to enable the court to try the claim in any suit; lawazima