ରଡ଼ିଛାଡ଼ିବା Raṟḍ̠ichhāṟḍ̠ibā
- ଦେ. କ୍ରି — ଗର୍ଜନ କରିବା — To roar; to bray; to scream
- ଦେ. କ୍ରି — (ଉ—ଚତୁରକ୍ଷ ହୋଇ ତହୁଁ ବେନି ଅନୀକିନୀ ଛାଡ଼ିଲେ ଭୈରବ ରଡ଼ି। ରାଧାନାଥ. ମହାଯାତ୍ରା)
- ଦେ. କ୍ରି — ଉଚ୍ଚୈଃସ୍ୱରରେ କାନ୍ଦବୋବାଳି କରିବା; ଡକା ପାଡ଼ିବା; ଡକା ପକାଇବା — To lament or wail loudly
- ଦେ. କ୍ରି — (ଉ—ଗୋବିନ୍ଦ ଗଲା ଏକା ଛାଡ଼ି, ତେଣୁଟି ଦେଉଅଛି ରଡ଼ି। ଭୂପତି. ପ୍ରେମପଞ୍ଚାମୃତ।)